ବରିଷ୍ଠ ସାମ୍ବାଦିକ ମାର୍କ ଟୁଲିଙ୍କ ପରଲୋକ

ବରିଷ୍ଠ ସାମ୍ବାଦିକ ମାର୍କ ଟୁଲିଙ୍କ ପରଲୋକ

ନୂଆଦିଲ୍ଲୀ,୨୬/୧ :  ବରିଷ୍ଠ ସାମ୍ବାଦିକ ତଥା ସୁନାମଧନ୍ୟ ଲେଖକ ମାର୍କ ଟୁଲିଙ୍କ ୯୦ବର୍ଷ ବୟସରେ ପରଲୋକ ହୋଇଛି । ଅସୁସ୍ଥତା କାରଣରୁ ଟୁଲିଙ୍କୁ ଗତ ୨୧ତାରିଖରେ ଦିଲ୍ଲୀ ସାକେତସ୍ଥିତ ମ୍ୟାକ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଆଜି ତାଙ୍କର ମୃତ୍ୟୁ ହୋଇଛି । ବୃକକ ଜନିତ ସମସ୍ୟା ପାଇଁ ତାଙ୍କୁ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।

ଆଜି ଅପରାହ୍ନ ୨.୩୫ରେ ଟୁଲିଙ୍କ ମୃତ୍ୟୁ ହୋଇଥିବା ଚିକିତ୍ସାଳୟ ନିଶ୍ଚିତ କରିଛି ।