ମାଣ୍ଡିଆ ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ : ଜିଲ୍ଲାପାଳ

ସମ୍ବଲପୁର ପ୍ରତିନିଧି (ଅଭ୍ୟର୍ଥନା ରଣା),୧୦/୧୧ : ସମ୍ବଲପୁର ସହରର ତପସ୍ୱିନୀ ଜିଲ୍ଲା ପ୍ରେକ୍ଷାଳୟଠାରେ ଆଜି ଶ୍ରୀଅନ୍ନ ଅଭିଯାନ ଅବସରରେ ମାଣ୍ଡିଆ ଦିବସ ପାଳିତ ହୋଇଯାଇଛି l ଏହି ଅବସରରେ ସମ୍ବଲପୁର ଜିଲ୍ଲାର ବହୁ ମାଣ୍ଡିଆ ଚାଷୀ ଓ ଏସଏଚଜି ମହିଳାମାନେ ମାଣ୍ଡିଆରେ ପ୍ରସ୍ତୁତ ବିଭିନ୍ନ ପ୍ରକାର ଖାଦ୍ୟପେୟ ପରିବେଷଣ କରିଥିଲେ l ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରି ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର କହିଥିଲେ ଯେ ମାଣ୍ଡିଆ ଖାଇବା ଦ୍ୱାରା ଶରୀରକୁ ଅନେକ ଲାଭ ମିଳିଥାଏ l ଏହା ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ l
ସମ୍ବଲପୁରରେ ବର୍ତ୍ତମାନ ୧୫୦୦ଏକର ଜମିରେ ମାଣ୍ଡିଆ ଚାଷ କରାଯାଉଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି l ଆଗାମୀ ଦିନରେ ମାଣ୍ଡିଆ ଚାଷକୁ କିପରି ଆହୁରି ଗୁରୁତ୍ୱ ଦିଆଯିବ ସେ ନେଇ କୃଷି ବିଭାଗ କାର୍ଯ୍ୟ କରୁଛି ବୋଲି ଜିଲ୍ଲାପାଳ କହିଛନ୍ତି l