ବାନ୍ଧବୀରୁ ହେବେ ଜୀବନସାଥି ! ଜାଗ୍ରତିଙ୍କ ହାତ ଧରିବେ ଅନୁଭବ

ଭୁବନେଶ୍ବର,୫/୩ : ସବୁ କଳ୍ପନା ଜଳ୍ପନାର ଅନ୍ତ । ବିବାହ କରିବେ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି । ତାଙ୍କ ଫ୍ୟାନ୍ସଙ୍କ ନଜର ସବୁବେଳେ ତାଙ୍କ ବିବାହକୁ ନେଇ ଥିଲା । ଯାହାର ଏବେ ଅନ୍ତ ଘଟିଛି । ଆସନ୍ତା ମାର୍ଚ୍ଚ ୧୧ତାରିଖରେ ହେବ ବାହାଘର । ବିଶ୍ବସ୍ତ ସୂତ୍ରରୁ ଖବର ଅନୁସାରେ ତାଙ୍କ ବାନ୍ଧବୀ କୁହାଯାଉଥିବା ଜାଗ୍ରତି ଶୁକ୍ଳାଙ୍କ ହାତ ଧରିବାକୁ ଯାଉଛନ୍ତି ଅନୁଭବ । ମାତ୍ର ଏ ନେଇ ଉଭୟଙ୍କ ପକ୍ଷରୁ କୌଣସି ଅଫିସିଆଲ ସୂଚନା ଆସିନାହିଁ ।
କୁହାଯାଉଛି ଏହି ବାହାଘର ଦିଲ୍ଲୀଠାରେ ଅନୁଷ୍ଠିତ ହେବ । ଯେଉଁଥିରେ କେବଳ ପରିବାରର ଲୋକ ରହିବେ । ତେବେ ବର୍ଷାଙ୍କୁ ଛାଡ଼ପତ୍ର ଦେବା ପରେ ତାଙ୍କ ବାହାଘରକୁ ନେଇ ସବୁଆଡ଼େ ଚର୍ଚ୍ଚା ଲାଗି ରହିଥିଲା । ଯାହାର ଏବେ ଅନ୍ତ ଘଟିବାକୁ ଯାଉଛି । ଏହି ଚର୍ଚ୍ଚା ବହୁ ଦିନରୁ ଲାଗି ରହିଥିଲା । ଜାଗ୍ରତି ପ୍ରାୟ ସମୟରେ ଓଡ଼ିଶାରେ ନଜର ଆସୁଥିଲେ । କିନ୍ତୁ ସେ ଅନୁଭବଙ୍କୁ ବିବାହ କରିବେକି ନାହିଁ କୌଣସି ସ୍ପଷ୍ଟ କରନ୍ତି ନାହିଁ । ଏବେ ତାଙ୍କ ବିବାହର ତାରିଖ ସାମ୍ନାକୁ ଆସିଛି । ଯାହାକୁ ନେଇ ଅନୁଭବଙ୍କ ଫ୍ୟାନ୍ସଙ୍କ ମହଲରେ ଖୁସିର ଲହର ଖେଳିଯାଇଛି । ଏବେ ଏହି ବିଭାଘରକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଖେଳିଯାଇଛି । ଗତ କିଛି ଦିନ ହେବ ଅନୁଭବଙ୍କ ବାୟୋଗ୍ରାଫି ଉନ୍ମୋଚନ ସମୟରୁ ଏହି ଚର୍ଚ୍ଚା ଜୋର ଧରିଥିଲା । ତେବେ ଅପେକ୍ଷା ମାର୍ଚ୍ଚ ୧୧କୁ ।