ନକଲି ବିଦେଶୀ ମଦ କାରଖାନା ଠାବ : ୩ ଗିରଫ

ଖୁଣ୍ଟା,୨୨/୧୦ : ମୟୁରଭଞ୍ଜ ଜିଲ୍ଲା ଅଧିନସ୍ଥ ଖୁଣ୍ଟା ଅବକାରୀ ବିଭାଗ ଏବଂ ବାରିପଦା ଅବକାରୀ ସ୍କ୍ୱାର୍ଡ଼ ପକ୍ଷରୁ ମିଳିତ ଭାବେ ଚଢ଼ଉ କରି ଖୁଣ୍ଟା ଥାନା କୁସୁମଘାଟି ଅଞ୍ଚଳରେ ଚାଲୁ ରହିଥିବା ଏକ ନକଲି ବିଦେଶୀ ମଦ କାରଖାନାର ପର୍ଦ୍ଦାଫାସ କରିବା ସହ ବିପୁଳ ପରିମାଣର ନକଲି ବିଦେଶୀ ମଦ ଓ ମଦ ପ୍ରସ୍ତୁତରେ ବ୍ୟବହୃତ ବିଭିନ୍ନ ସାମଗ୍ରୀ ଜବତ କରାଯିବା ସହ ୩ ଯୁବକଙ୍କୁ ଗିରଫ କରାଯାଇଛି ।
ସୂଚ଼ନା ଅନୁଯାୟୀ, କୁସୁମଘାଟି ଗ୍ରାମରେ ଜଙ୍ଗଲ ଭିତରେ ଏକ ଚାଳ ଘର ଭିତରେ ନକଲି ମଦ ପ୍ରସ୍ତୁତ ଓ ପ୍ୟାକିଙ୍ଗ କାରଖାନା ଚ଼ାଲୁ ରହିଥିବା ସଂମ୍ପର୍କରେ ଅବକାରୀ ବିଭାଗ ସୁୁନା ପାଇଥିଲା । ଖବରପାଇ ଆଧାର କରି ମଙ୍ଗଳବାର ଖୁଣ୍ଟା ଅବକାରୀ ବିଭାଗ ଅଧିକାରି ମମତା ଦାଶ ଓ ଅବକାରୀ ବିଭାଗ ସ୍ପେସିଆଲ ସ୍କ୍ୱାର୍ଡ଼ ଶ୍ରୀଧର ମହାନ୍ତିଙ୍କ ନେତୃତ୍ବରେ ବେତନଟୀ ଓଆଇସି ପ୍ରକାଶ ସାହୁ, ଓ ବିଭାଗୀୟ ଅନ୍ୟ କମିଚାରୀମାନଙ୍କୁ ନେଇ କୁସୁମଘାଟୀ ଗ୍ରାମର ନିର୍ଜନ ସ୍ଥାନରେ ଥିବା ହରିଶ ଚନ୍ଦ୍ର ବେହେରାଙ୍କ ଏକ ପୁରୁଣା କୁକୁଡ଼ା ଫାର୍ମ ଉପରେ ଚଢଉ କରାଯାଇଥିବାବେଳେ ଘଟଣାସ୍ଥଳରୁ ଅବକାରୀ ବିଭାଗ ୬୮ ଲିଟର ୨୫୦ ମିଲିଲିଟର ବିଭିନ୍ନ ନାମୀଦାମୀ ବ୍ରାଣ୍ଡର ବିଦେଶୀ ।
ଏହାସହ ଖାଲି ବୋତଲ, ସ୍ପିରିଟ, ରଙ୍ଗ, ଠିପି, ମଦ ବୋତଲ ଲେବଲ ଜବତ କରିଛି ଅବକାରୀ ବିଭାଗ। ଏହା ସହିତ ୩ ଜଣ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି ବିଭାଗ। ଗିରଫ ଅଭିଯୁକ୍ତ ହେଲେ ନୂଆଗାଁ ଗ୍ରାମର ସଞ୍ଜୟ କୁମାର ବେହେରା, କୁସୁମଘାଟି ଗ୍ରାମର ହରିଶ ଚନ୍ଦ୍ର ବେହେରା, ଓ ସେହି ଗ୍ରାମର ଆକାଶ ମହାନ୍ତ ବୋଲି ଜଣାପଡ଼ିଛି। ଏହି ଅଭିଯୁକ୍ତମାନେ ଗତ କିଛି ଦିନ ହେବ ଏହି ନକଲି ମଦ ତିଆରି କରୁଥିବା ବିଭାଗ ତଦନ୍ତ ସମୟରେ ଜାଣିବାକୁ ପାଇଛି ।