ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଆରମ୍ଭ

ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଆରମ୍ଭ

ସମ୍ବଲପୁର , ୨୧/୧୨ : ସମ୍ବଲପୁର ପିଏଚଡି ପଡିଆରେ ଆଜିଠାରୁ ଆରମ୍ଭ ହୋଇଛି ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା l ଏହି ମେଳାରେ ମୂଖ୍ୟ ଅତିଥି ଭାବେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଯୋଗ ଦେଇଥିଲେ l ଏହି ମେଳାରେ ଅନେକ ଉନ୍ନତମାନର କୃଷି ଯନ୍ତ୍ରପାତି ଓ ଉପକରଣ ପ୍ରଦର୍ଶିତ କରାଯାଇଛି l ଚାଷୀମାନଙ୍କୁ ରିହାତି ମୂଲ୍ୟରେ ଯନ୍ତ୍ରପାତି ଏଠାରେ ଦିଆଯିବାର ବ୍ୟବସ୍ଥା ଅଛି l

ଯେଉଁ ଚାଷୀମାନେ ଭଲ ଚାଷ କରିବା ସହ ସ୍ୱାବଲମ୍ବୀ ହୋଇ ପାରିଛନ୍ତି ତାଙ୍କୁ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ପୁରସ୍କୃତ କରାଯାଇଛି l

ଏଭଳି କୃଷି ଯନ୍ତ୍ରପାତି ମେଳା ଦ୍ୱାରା ଚାଷୀମାନେ ନୂତନ ପଦ୍ଧତିରେ କିପରି ଚାଷ କରିପାରିବେ ଏହା ସହ ନୂତନ ଯନ୍ତ୍ରପାତି ର ବ୍ୟବହାର କିପରି କରି ଅଧିକ ଅମଳ କରିପାରିବେ ସେ ନେଇ ବିଧାୟକ ଚାଷୀମାନଙ୍କୁ ବୁଝାଇଥିଲେ l ଚାଷୀମାନେ ମଧ୍ୟ ଏଭଳି ମେଳା ଆୟୋଜନ ଦ୍ୱାରା ବେଶ ଲାଭବାନ ହୋଇଥିବା କହିଛନ୍ତି l