ସମ୍ବଲପୁରରେ ସ୍ଥାପିତ ହେବ ଡ଼ପଲର ରାଡାର

ସମ୍ବଲପୁରରେ ସ୍ଥାପିତ ହେବ ଡ଼ପଲର ରାଡାର

ସମ୍ବଲପୁର, ୨୫/୧୨ : ସମ୍ବଲପୁରରେ ସ୍ଥାପିତ ହେବ ଡ଼ପଲର ରାଡାର l ସମ୍ବଲପୁର ସହର ନିକଟ ଯୋଗିପାଲି ଗାଁ ନିକଟରେ ଲାଗିବ ଏହି ଡ଼ପଲର ରାଡାର l ଏହି ରାଡାରକୁ ' ସି ବେଣ୍ଡ ଡ଼ପଲର ରାଡାର ମଧ୍ୟ କୁହାଯାଏ l ପାଣିପାଗ ସମ୍ୱନ୍ଧୀୟ ସୂଚନା ତଥା ପ୍ରାକୃତିକ ବିପର୍ଯ୍ୟୟର ଏହା ପୂର୍ବ ସୂଚନା ଦେଇଥାଏ l ପୂର୍ବରୁ ରାଜ୍ୟର ଗୋପାଳପୁର ଓ ପାରାଦ୍ବୀପ ରେ ଏହା ସ୍ଥାପିତ ହୋଇଥିବାବେଳେ ଆଗକୁ ସମ୍ବଲପୁରରେ ଏହା ସ୍ଥାପିତ ହେବ l ସମ୍ବଲପୁର ଯୋଗିପାଲିରେ ଏହାର କାର୍ଯ୍ୟାଳୟ କୋଠା ପୂର୍ବରୁ ତିଆରି ହୋଇ ପଡି ରହିଥିବା ବେଳେ ଗତ ରବିବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ପୁଣି ଆରମ୍ଭ ହେଉଥିବା ଏହା ର ପୁନଃ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି l ଆସନ୍ତା ୬ମାସ ମଧ୍ୟରେ ମାନେ ଆସନ୍ତା ବର୍ଷ ଜୁନ ମାସ ଶେଷ ସୁଦ୍ଧା ଏହାର କାର୍ଯ୍ୟ ଶେଷ ହୋଇ ଯିବ ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ l

ସୂଚନାଯୋଗ୍ୟ ଯେ, ଗତ ୨୦୧୩-୧୪ବର୍ଷରୁ ଯୋଗିପାଲିଠାରେ ଡ଼ପଲର ରାଡାର ସ୍ଥାପନା ପାଇଁ ତତ୍କାଳୀନ ସରକାର ଏଥିପାଇଁ ଏକ ୫ମହଲା କୋଠା ତିଆରି କରି ସାରିଥିବାବେଳେ କୌଣସି କାରଣରୁ ଏହି ପ୍ରକଳ୍ପ ଅଟକି ଯାଇଥିଲା ଓ ସେହି କୋଠାଟି ପରିତ୍ୟକ୍ତ ହୋଇ ପଡି ରହିଥିଲା l ବର୍ତ୍ତମାନ ନୂତନ ସରକାର ଆସିବା ପରେ ଗତ ରବିବାର ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏହାର ପୁନଃନିର୍ମାଣ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି l ଏହା ଦ୍ୱାରା ବଜ୍ରପାତ, ପ୍ରବଳ ରୁ ଅତି ପ୍ରବଳ ବର୍ଷା, କୁଆ ପଥର ମାଡ଼, କାଳ ବୈଶାଖୀ, ଆକସ୍ମିକ ବନ୍ୟା, ଲଘୁଚାପ ପ୍ରଣାଳୀ, ଅବପାତ ଉପରେ ନଜର ରଖିବା, ବାତ୍ୟା ଚିହ୍ନଟ କରିବା ଇତ୍ୟାଦି କାର୍ଯ୍ୟ ହୋଇ ପାରିବ l ଏହା ସହ ଏହା ହୀରାକୁଦ ଡ୍ୟାମ ବନ୍ୟା ପରିଚାଳନା ରେ ଏହା ସହାୟକ ହେବା ସହ ଝାରସୁଗୁଡା ବିମାନ ବନ୍ଦର କୁ ବିମାନ ଚଳାଚଳ ବ୍ୟବସ୍ଥା ରେ ମଧ୍ୟ ସହାୟକ ହେବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି l ସାମଗ୍ରିକ ଭାବେ ନୁଆଁପଡ଼ା ରୁ ସୁନ୍ଦରଗଡ଼ ପର୍ଯ୍ୟନ୍ତ ସମଗ୍ର ପଶ୍ଚିମ ର ଜିଲ୍ଲା ମାନଙ୍କୁ ଏହା କୃଷି, ଖଣି, ଶିଳ୍ପ ଓ ବିମାନ ଚଳାଚଳ ରେ ଏହା ସହାୟକ ହେବ l

ସୂଚନାଯୋଗ୍ୟ ଯେ ଡ଼ପଲର ପାଣିପାଗ ରାଡାର ଏମିତି ଏକ ଉପକରଣ ଯାହା ରେଡିଓ ତରଙ୍ଗ ପ୍ରେରଣ କରି ଥାଏ ଏବଂ ସେହି ବସ୍ତୁଗୁଡିକରୁ ଫେରୁଥିବା ସଙ୍କେତ ଗୁଡିକର ବିଶ୍ଳେଷଣ କରି ବସ୍ତୁଗୁଡ଼ିକୁ ଚିହ୍ନଟ କରିବା ପାଇଁ ବ୍ୟବହୃତ ହୁଏ l ରାଡାର ପ୍ରଣାଳୀ ବସ୍ତୁର ଦୂରତା, ବେଗ ଏବଂ ଦିଗ ନିର୍ଦ୍ଧାରଣ କରିପାରେ ଏବଂ ସାଧାରଣତଃ ପାଣିପାଗ ବିଜ୍ଞାନ, ବିମାନ ଚଳାଚଳ, ସାମରିକ ଏବଂ ଦିଗ ନିରୁପଣ ପରି ବିଭିନ୍ନ କ୍ଷେତ୍ରରେ ବ୍ୟବହୃତ ହୁଏ ।

ସରକାରଙ୍କ ଏହି ପଦକ୍ଷେପକୁ ସ୍ଥାନୀୟ ଚାଷୀ ସ୍ୱାଗତ କରିଛନ୍ତି l ଏହାଦ୍ୱାରା ସ୍ଥାନୀୟ ଚାଷୀ ବଜ୍ରାଘାତ, ଆକସ୍ମିକ ବର୍ଷା ଇତ୍ୟାଦି ସମ୍ପର୍କରେ ଆଗୁଆ ସୂଚନା ପାଇଁ ନିଜର ଚାଷ କୁ ସୁରକ୍ଷା ଦେଇପାରିବ ବୋଲି ସ୍ଥାନୀୟ ଚାଷୀ କହିଛନ୍ତି l