ଜଗନ୍ନାଥଙ୍କ କାହାଣୀ କହୁଛନ୍ତି, ଓଡ଼ିଆ ଲେଖି ପାରୁନାହାନ୍ତି

ଭୁବନେଶ୍ବର, ୪/୭ : ଜଗନ୍ନାଥଙ୍କ କାହାଣୀ କହୁଥିବା ଓଡ଼ିଆ ସିନେମା ‘ନବକଳେବର’ ଜୁଲାଇ ୪ ତାରିଖରେ ରିଲିଜ ହୋଇଛି । ଜଗନ୍ନାଥଙ୍କ ନବକଳେବର କାହାଣୀକୁ ନେଇ ନିର୍ମିତ ହୋଇଛି ଏହି ଚଳଚ୍ଚିତ୍ର । ମାତ୍ର ଏଥିରେ ଅଭିନୟ କରିଥିବା ଅଭିନେତା ଜ୍ୟୋତି ରଞ୍ଜନ ନାୟକ ଓଡ଼ିଆ ଲେଖିପାରୁନାହାନ୍ତି । ଆସନ୍ତୁ ପ୍ରଥମେ ନଜର ପକାଇବା ସେ ତାଙ୍କର ସୋସିଆଲ ମିଡ଼ିଆରେ ଲେଖିଥିବା ପୋଷ୍ଟ ଉପରେ …
ଆମ ସିନେମା ହଲ୍ କୁ ଆସୁଛନ୍ତି ଆମ ଇଷ୍ଟ ଦେବତା ଜଗତ ର ନାଥ ଜଗନ୍ନାଥ, ଏଥର ଦର୍ଶକ ନୁହଁ ଭକ୍ତ ଯିବେ ସିନେମା ହଲ୍ କୁ ଦେଖିବାକୁ ଶ୍ରୀ ଜଗନ୍ନାଥ ଙ୍କର ନବକଳେବର ।???? ଆମ କାହାଣୀ , ଆମ ମାଟି ର କାହାଣୀ , ଆମ ଜଗନ୍ନାଥ ସଂସ୍କୃତି ର କାହାଣୀ । ସାରା ଭାରତ ରେ ମୁକତିଲାଭ କରୁଛି ଆପଣମାନଙ୍କ ପ୍ରଖ୍ୟାଳୟ ରେ ।। ଜୟ ଜଗନ୍ନାଥ ????????❤️
RELEASING PAN INDIA ❤️????????
BOOK YOUR TICKETS @bookmyshowin
ଏ ସବୁ ଦେଖିବା ପରେ ଏବେ ଲାଗୁଛି ଓଡ଼ିଆ ଅଭିନେତାଙ୍କ ଟିକେ ଓଡ଼ିଆ ପଢା କମ୍ ବୋଧେ । ଆମ ସଂସ୍କୃତିକୁ ନେଇ ସିନେମା କରୁଛନ୍ତି ମାତ୍ର ଓଡ଼ିଆ ଭାଷା ଠିକରେ ଲେଖି ପାରୁନାହାନ୍ତି । ବିଗତ ଦିନରେ ମଧ୍ୟ ଏକ ଘରୋଇ ଟିଭି ଚ୍ୟାନେଲରେ ପ୍ରସାରିତ ହେଉଥିବା ଏକ କାର୍ଯ୍ୟକ୍ରମରେ ପ୍ରତିଯୋଗୀଙ୍କୁ ବିଭିନ୍ନ ପ୍ରଶ୍ନ ପଚାରି ହରଡ଼ ଘଣାରେ ପଡ଼ିଥିଲେ ଉକ୍ତ ଅଭିନେତା। ଆଉ ଆଜି ତାଙ୍କର ଏହି ପୋଷ୍ଟ ଦେଖିବା ପରେ ଲାଗୁଛି ସେ ଟିକେ ଓଡ଼ିଆ କମ୍ ଜାଣିଛନ୍ତି ବୋଧେ । ଏବେ ପ୍ରଶ୍ନ ଉଠୁଛି ଏଭଳି ଭୁଲ୍ ଲେଖୁଛନ୍ତି ଆଉ ତାହା ଘଣ୍ଟା ଘଣ୍ଟା ଧରି ନିଜର ସୋସିଆଲ ମିଡ଼ିଆରେ ପଡ଼ିବା ପରେ ମଧ୍ୟ ତାହା କଟୁ ନାହିଁ କାହିଁକି । ତାଙ୍କର ଟିମ୍ ଏହି ପୋଷ୍ଟ ଦେଖୁଛନ୍ତି ନା ଅଣଦେଖା କରୁଛନ୍ତି ତାହା ଏବେ ପ୍ରଶ୍ନବାଚୀ । ଯେଉଁ ସିନେମା ଆମ ସଂସ୍କୃତିର କଥା କହୁଛି ସେହି ସିନେମାରେ ଅଭିନୟ କରୁଛନ୍ତି ମାତ୍ର ଠିକରେ ଓଡ଼ିଆ ଲେଖିପାରୁନାହାନ୍ତି ଆମ ଅଭିନେତା। ସୋସିଆଲ ମିଡ଼ିଆରେ ତାଙ୍କର ଏହି ପୋଷ୍ଟ ପରେ ଏବେ ସାଧାରଣରେ ଜ୍ୟୋତିଙ୍କୁ ନେଇ ବହୁ ଚର୍ଚ୍ଚା ଲାଗି ରହିଛି । ଯେଉଁ ଅଭିନେତା ଆମ ଓଡ଼ିଆ ଭାଷାକୁ ଠିକରେ ଲେଖି ପାରୁନାହାନ୍ତି ସେ କ’ଣ ଆମ ସଂସ୍କୃତିର କଥା କହିବେ ବୋଲି ଏବେ ସବୁ ଠି ଚର୍ଚ୍ଚା ।