ଜଟଣୀ ପଥ ଉତ୍ସବର ପ୍ରସ୍ତୁତି ବୈଠକ

ଜଟଣୀ ପଥ ଉତ୍ସବର ପ୍ରସ୍ତୁତି ବୈଠକ

ଭୁବନେଶ୍ବର,୪/୧୨ : ଜଟଣୀ ବ୍ଲକ ଅଫିସରେ ଆଜି ପ୍ରଥମ ଜଟଣୀ ପଥ ଉତ୍ସବର କର୍ମକର୍ତ୍ତାଙ୍କ ଦ୍ୱିତୀୟ ପ୍ରସ୍ତୁତ ବୈଠକ ଅନୁଷ୍ଠିତ ହୋଇଯାଇଛି । ପଥ ଉତ୍ସବର ଚେୟାରମ୍ୟାନ ବିଶ୍ୱରଂଜନ ବଡ଼ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ଏହି ବୈଠକ । ଏଥିରେ ପଥ ଉତ୍ସବ ଆୟଜନର ମୁଖ୍ୟ-ସଂଯୋଜକ ତଥା ଜାତୀୟ ପୁରସ୍କାର ପ୍ରାପ୍ତ ଅଭିନେତା ଓ ସମାଜ ବିଜ୍ଞାନୀ ଡଃ ରୁଷି ପଟ୍ଟନାୟକ ଡିସେମ୍ବର ୨୧ ତାରିଖ ରବିବାର ହେବାକୁ ଥିବା ପ୍ରଥମ ପଥ ଉତ୍ସବ ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ସବୁ କାମ କରିବାକୁ ଅନୁରୋଧ କରିବା ସହ କିଭଳି ଏହାର ବହୁଳ ଭାବରେ ପ୍ରଚାର ପ୍ରସାର କରିବା ଯାହା ପାଇଁ ଅଧିକ ମାତ୍ରାରେ ଜଟଣୀବାସୀ ଯୋଗଦେବେ ବୋଲି କହିଲେ।

ଏହି ଉତ୍ସବରେ ରେଳବାଇ, ନାଇଜର, ଆଇଆଇଟି, ସ୍କିଲ ଆଦି ସଂସ୍ଥା ବହୁଳ ଭାବେ ସହଯୋଗ କରିବା ନିମନ୍ତେ ପ୍ରତିଶ୍ରୁତି ଦେଇଛନ୍ତି ବୋଲି ଡଃ ରୁଷି ପଟ୍ଟନାୟକ କହିଥିଲେ। ବୈଠକରେ ଜଟଣୀର ସମସ୍ତ ବଜାର କମିଟି କର୍ମକର୍ତ୍ତା, ନଗର ସଭାପତି, ରେଳବାଇ କର୍ମଚାରୀ ଉପସ୍ଥିତ ଥିଲେ। ଚେୟାରମ୍ୟାନ ବିଶ୍ୱରଂଜନ ବଡ଼ଜେନା ଉପସ୍ଥିତ ଥିବା ସମସ୍ତେ କିଭଳି ସହଯୋଗ କରିବେ ଅନୁରୋଧ କରିଥିଲେ। ଆଉ ମଧ୍ୟ ପ୍ରସ୍ତୁତି କିଭଳି ଚାଲିଛି କ‘ଣ କ‘ଣ କରି ହେବ ପଚାରି ବୁଝିଥିଲେ । ଏହି ସଭାରେ ଭୁବନେଶ୍ଵର ସାଂସଦଙ୍କ ପ୍ରତିନିଧି ମନୋଜ ନନ୍ଦ ଓ ସତୀଶ ଶର୍ମାଙ୍କ ସହିତ ଜଟଣୀ ବିକାଶ ପାରିଷଦର ସୁଦର୍ଶନ ସୁନ୍ଦରାୟ ଓ କୈଳାଶ ପାତ୍ର ଏବଂ କେ ସୂର୍ଯ୍ୟ ଭାସ୍କର ଉପସ୍ଥିତ ରହି ନିଜନିଜର ଦାୟିତ୍ୱ ନେବାକୁ ଅନୁରୋଧ କରିଥିଲେ। ଶେଷରେ ଚେୟାରମ୍ୟାନ ସମସ୍ତ ଭାଇଭଉଣୀଙ୍କୁ ଧନ୍ୟବାଦ ଦେବା ସହ ସଂଯୋଜକ ଡଃ ରୁଷି ପଟ୍ଟନାୟକଙ୍କୁ ୯୩୩୭୦୫୨୭୦୬ରେ ଫୋନ କରି ଭାଗ ନେବାକୁ ଅନୁରୋଧ କରିଥିଲେ ।