ଗୁରୁଙ୍କୁ ପୂଜିଲେ ଅବସରପ୍ରାପ୍ତ ଗୁରୁ ; ସମ୍ବର୍ଦ୍ଧିତ ହେଲେ ୩ ବରିଷ୍ଠ ଶିକ୍ଷକ

ଗୁରୁଙ୍କୁ ପୂଜିଲେ ଅବସରପ୍ରାପ୍ତ ଗୁରୁ ; ସମ୍ବର୍ଦ୍ଧିତ ହେଲେ ୩ ବରିଷ୍ଠ ଶିକ୍ଷକ

ଖୁଣ୍ଟା,୬/୯ : ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଖୁଣ୍ଟା ଓ ଗୋପବନ୍ଧୁ ନଗର ବ୍ଲକ ଦ୍ଵୟର ଅବସରପ୍ରାପ୍ତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଗୁରୁ ଦିବସ ତଥା ଦେଶର ପ୍ରଥମ ରାଷ୍ଟ୍ରପତି ଡଃ.ସର୍ବପଲ୍ଲୀ ରାଧାାକ୍ରିଷ୍ଣନଙ୍କ ୧୩୬ତମ ଜନ୍ମ ଜୟନ୍ତି ପାଳିତ ହୋଇଯାଇଛି । ସଂଘର ସଭାପତି ପ୍ରତାପଚନ୍ଦ୍ର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସଂଘର ସମ୍ପାଦକ ହରିଶଚନ୍ଦ୍ର ପାତ୍ର , କେଷାଧକ୍ଷ ଶତିଶଚନ୍ଦ୍ର ପରିଡା, ଗଙ୍ଗାଧର ଭୋଇ , ଉପ ସଭାପତି ହିରେନ ରାୟ , ଆର୍ତ୍ତତ୍ରାଣ ବେହେରା ପ୍ରମୁଖ ଯୋଗ ଦେଇ ରାଧାକୃଷ୍ଣଙ୍କ ଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଶିକ୍ଷକତାରୁ ଦେଶର ସର୍ବଚ୍ଚ ସାମ୍ବିଧାନୀକ ପଦବୀରେ ଅଭିଶିକ୍ତ ହୋଇଥିବା ପୂର୍ବତନ ରାଷ୍ଟ୍ରପତି ଡଃ. ରାଧାକୃଷ୍ଣଙ୍କ କର୍ମମୟ ଜୀବନ ଉପରେ ଆଲୋକପାତ କରିଥିଲେ ।

ଗୁରୁ ଶିଷ୍ୟ ପରମ୍ପରାର ଅନନ୍ୟ ଉଦାହରଣ ସୃଷ୍ଟି କରିଥିବା ପୂର୍ବନ ରାଷ୍ଟ୍ରପତି ରାଧାକ୍ରିଷ୍ଣଙ୍କ ନୀତି ଆଦର୍ଶରେ ଆଜିର ଶିକ୍ଷକ ସମାଜ ଅନୁପ୍ରାଣି ହେଇ ପାରିଲେ ଏହା ହିଁ ତାଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହୋଇପାରିବ ବୋଲି ଅତିଥିଗଣ ମତବ୍ୟକ୍ତ କରିବା ସଙ୍ଗେ ସଙ୍ଗେ ତାଙ୍କର ନୀତି ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ଆହ୍ବାନ ଦେଇଥିଲେ । ଇତି ଅବସରରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ଖୁଣ୍ଟା ବ୍ଲକରୁ ଅବସରପ୍ରାପ୍ତ ବରିଷ୍ଠ ଶିକ୍ଷକ ବାଇଧର ଦାସ ଓ ହରିପଦ ସରଗରିଆ ଏବଂ ଗୋପବନ୍ଧୁ ନଗର ବ୍ଳକର ଗିରିଶ ଚଦ୍ର ନାୟକଙ୍କୁ ସଂଘ ପକ୍ଷରୁ ମାନପତ୍ର ଓ ଉପଢ଼ୌକନ୍ୟ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା ଏହି କାର୍ଯ୍ୟକ୍ରମରେ ଖୁଣ୍ଟା ଓ ଗୋପବନ୍ଧୁ ନଗର ବ୍ଳକ ଦ୍ବୟରୁ ଶତାଧିକ  ଅବସର ପ୍ରାପ୍ତ ଶିକ୍ଷକ, ଶିକ୍ଷୟତ୍ରୀ ମାନେ ଯୋଗ ଦେଇଥିଲେ ।