ଓଡ଼ିଶାରେ ଗ୍ରାମୀଣ ଶିକ୍ଷାକୁ ପ୍ରୋତ୍ସାହିତ କରୁଛି ବେଦାନ୍ତ ; ୫୦ରୁ ଅଧିକ ସ୍କୁଲର ୪ ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କୁ ପାଠ୍ୟ କିଟ୍ ପ୍ରଦାନ

ରାଉରକେଲା,୬/୯ : ଓଡ଼ିଶାର ଦୁର୍ଗମ ଅଂଚଳରେ ଗୁଣାତ୍ମକ ଶିକ୍ଷାକୁ ପ୍ରୋସାହିତ କରିବାର ପ୍ରତିଶୁତି ଅନୁଯାୟୀ ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ ଓଡ଼ିଶାର ଆଦିବାସୀ ଅଧୁଷିତ ରାୟଗଡ଼ା, କଳାହାଣ୍ଡି ଓ ଝାରସୁଗୁଡ଼ା ଜିଲ୍ଲାର କୁରାଲୋଲ ଓ ସିଢିମାଲି ଖଣି ଆଖପାଖ ଅଂଚଳର ୧୦ରୁ ଅଧୁକ ବିଦ୍ୟାଳୟରେ ୪୦୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ସ୍କୁଲ କିଟ୍ ବଂଟନ କରିଛି Iପ୍ରତ୍ୟେକ ଅଧ୍ୟୟନ କିଟ୍ରେ ଗୋଟିଏ ସ୍କୁଲବ୍ୟାଗ , ଗୋଟିଏ ପାଣି ଚୋଦଲ ଏକ ନୋଟ୍ ବ୍ଲକ୍, ଏକ ଜ୍ୟୋମେଟି ବକ୍ସ ଏବଂ ଅନ୍ୟାନ୍ୟ ପାଠ ଉପକରଣ ସାମଗ୍ରୀ ରହିଛି ଯାହା ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ଆବଶ୍ୟକତା ପୂରଣ କରିପାରିବ । କାଠଘରା ହାଇସ୍କୁଲ ପ୍ରଧାନ ଶିକ୍ଷକ ଜନ୍ମେଜୟ ଶବର ତାଙ୍ଗ ପ୍ରତିକ୍ରିୟାରେ କହିଛନ୍ତି, ଛାତ୍ରଛାତ୍ରୀଙ୍କୁ ଅଧ୍ୟୟନ ସାମଗ୍ରୀ ଯୋଗାଇ ଦେଇଥିବାରୁ ବେଦାନ୍ତ ଆଲୁମିନିୟମକୁ ମୁଁ ପ୍ରଶଂସା କରୁଛି ଆମର ଅଧୁକାଂଶ ଛାତ୍ରଛାତ୍ରୀ ଆର୍ଥିକ ସମ୍ବଳ ଅଭାବ ସମ୍ମୁଖୀନ ହୁଅନ୍ତି ଯାହା ଦୀର୍ଘକାଳୀନ ଭାବରେ ସେମାନଙ୍କ ମୌଳିକ ଶିକ୍ଷାରେ ବାଧା ସୃଷ୍ଟି କରେ । ଏହି କିଟ୍ ଗୁଡ଼ିକ ଛାତ୍ରଛାତ୍ରୀଙ୍କୁ ପାଠପଢା ପାଇଁ ଉତ୍ସାହିତ କରିବା ସହିତ ସେମାନଙ୍କ ଶିକ୍ଷା ଗ୍ରହଣରେ ବଡ଼ ପରିବର୍ତନ ଆଣିବ ବୋଲି କହିଥିଲେ ।
ବେଦାନ୍ତର କୁରାଲୋଲ କୋଇଲା ଖଣି ପରିସରରେ ଥିବା ଗ୍ରାମ ଗୁଡ଼ିକ ମଧ୍ୟରୁ ମୁଖ୍ୟତଃ, ଯେଉଁଠାରେ ସ୍କୁଲ କିଟ୍ ବଂଟନ କରାଯାଇଛି। ସେଗୁଡିକ ମଧ୍ୟରେ ରହିଛି କୁଡାଲୋଇ ପଞ୍ଚାୟତର କୁରାଲୋଲ; ପିପିଲିମାଲ ଫଚାୟରେ ପିପିଲିମାଲ, ଲିଆଖାଇ, ଭଜ୍ଜଲପୁର ଓ ଉଲାଫ, ବଂଜାରୀ ଫରାୟତରେ ବଞ୍ଜରୀ ଗ୍ରୀନଡୋଲା , ଚଉରୀମଦୁଲ ଓ ବାରତାପ ଏବଂ ବେଲପାହାଡ଼ ପୌରଚଳର ୧୭ ନମ୍ବର ୱାର୍ଡ ।ସେହିପରି ନିକଟବର୍ତୀ ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲାର ବେଦାନ୍ତର ସିଜିମାଲି ଚକ୍ସାଇଟ ଖଣି ପରିସରରେ ଥିବା ବିଦ୍ୟାଳୟ ନାକନୁଡ଼ି ସ୍କୁଲ, ସରକାରୀ ପ୍ରାଥମିକ ବିଦ୍ୟାଳୟ (ପିଏସ୍) ମୋହନଗିରି, ସରକାରୀ ପିଏସ କାଠଘୋରା, ସରକାରୀ ପିଏସ ମେଲଘରା,କାଠଘରା ପିଏସ୍ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ (ୟୁପିଏସ୍) ଗୁଣପୁର, ସରକାରୀ ପିଏସ୍ ସାଇସାରମୀ , ସରକାରୀ ହାଇସ୍କୁଲ ଗୁଣପୁର,ସରକାରୀ ପିଏସ୍ ସାଇସୁମି, ସରକାରୀ ହାଇସ୍କୁଲ (ଏମ୍ଏସ୍) ଗୁଣପୁର, ସରକାରୀ ପିଏସ ସାରସୁମୀ, ସରକାରୀ ହାଇସ୍କୁଲ ଗୁଣପୁର,ସରକାରୀ ରଣପୁର ପିଏସ, ଚୁନଭେଇଗଡା ପିଏସ, ସରକାରୀ ପିଏସ ଉଷାମାସ୍ତା, ସରକାରୀ ସି ଏସ ମତଗୁଢା ସରକାରୀ ୟୁପିଏସ ବାତି ପ୍ରଭୃତି ଶତାଧିକ ସ୍କୁଲକୁ ବେଦାନ୍ତ ଆଲୁମିନିୟମ ନିୟମର ଏଭଳି ହସ୍ତକ୍ଷେପ ଫଳରେ ଛାତ୍ରଛାତ୍ରୀଙ୍କୁ ସ୍କୁଲ କୀଟ ପ୍ରଦାନ ହେଉଛି ଯାହାଦ୍ୱାରା ପିଲାମାନଙ୍କ ପାଠ୍ୟ ଅଧୟନ ଆଗ୍ରହ ବୃଦ୍ଧି ପାଉଛି ।
ଉଲ୍ଲେଖଯୋଗ୍ୟ ଗ୍ରାମାଞ୍ଚଳର ବିକାଶକୁ ଆଖି ଆଗରେ ରଖି କମ୍ପାନୀ ପକ୍ଷରୁ ବେଦାନ୍ତ ଆଲୁମିନିୟମ ଶିକ୍ଷା, ସାସ୍ଥ୍ୟସେବା, ସ୍ଥାୟୀ ଶିକ୍ଷା ନୀତି, ଗ୍ରାମୀଣ ଭିତିଭୂମି ଏବଂ ଦୃଣମୂଳ ସ୍ତରର କ୍ରୀଡ଼ା ଓ ସଂସ୍କୃତି ବିକଶିତ କରିବା ନେଇ ପ୍ରତିଶ୍ରୁତିବଦ୍ଧ । ଏହାବ୍ୟତୀତ କମ୍ପାନି ଏହାର ଭ୍ରାମ୍ୟମାଣ ୟୁନିଟ ମାଧ୍ୟମରେ ସାସ୍ଥ୍ୟ ଶିବିର ଆୟୋଜନ କରେ, ସାସ୍ଥ୍ୟ ସଚେତନତା ପାଇଁ ଏକ କୋର-ଷ୍ଟେପ ସ୍ଵାସ୍ତ୍ୟ ସେବା ଆୟୋଜନ କରେ ଯାହା ବେଦାନ୍ତ ଆଲୁମିନିୟମ ଓଡ଼ିଶାର ସାମାଜିକ ଏବଂ ଅର୍ଥନୈତିକ ପରିବର୍ତନରେ ସକ୍ରିୟ ସହଯୋଗୀ ଥିବା ପ୍ରମାଣ କରୁଛି ।