ଖୁଣ୍ଟା ବ୍ଲକରେ ୧୯୦ଲକ୍ଷ ପତି ଦିଦି ସମ୍ମାନିତ

ଖୁଣ୍ଟା,୨୫/୮ : ଖୁଣ୍ଟା ବ୍ଲକରେ ଲକ୍ଷପତି ଦିଦି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ୧୯୩ସ୍ୱୟଂ ସହାୟକ ଗୋଷ୍ଠୀ ମଧ୍ୟରୁ ୧୯୦ଜଣ ଲକ୍ଷପତି ଦିଦିଙ୍କୁ ବ୍ଲକ ପକ୍ଷରୁ ମାନପତ୍ର ଦେଇ ସମ୍ମାନିତ କରାଯାଇଛି । ଦେଶରେ ମାତୃ ଶକ୍ତିଙ୍କ ସାମଗ୍ରିକ ବିକାଶକୁ ପ୍ରାଧାନ୍ୟ ଦେଇ ୧୧ ଲକ୍ଷ ନୂଆ ଲକ୍ଷ ପତି ଦିଦିଙ୍କୁ ମାନପତ୍ର ଦେଇ ପ୍ରଧାନମନ୍ତ୍ରୀ ମୋଦି ସମ୍ମାନୀତ କରିଥିବାବେଳେ ଆଜି ଖୁଣ୍ଟା ବ୍ଲକ ବିଡିଓ ଗୌରାଙ୍ଗ ଚରଣ ଘୋଷ ବ୍ଲକ ସ୍ତରୀୟ ଅନୁଷ୍ଠିତ ଲକ୍ଷପତି ଦିଦି କାର୍ଯ୍ୟକ୍ରମରେ ୧୯୦ ଜଣ ଲକ୍ଷ ପତି ଦିଦି ସମେତ ସେମାନଙ୍କର ଗୋଷ୍ଠୀକୁ ନାରୀ ଶସକ୍ତିକରଣରେ ଅତୁଳନୀୟ ଭୂମିକା ପାଇଁ ସମ୍ବର୍ଦ୍ଧନା ପ୍ରଦାନ କରିଛନ୍ତି ।
ଖୁଣ୍ଟା ବ୍ଲକରେ ମୋଟ ୬ହଜାର ୩ଶହ ୯୩ ଜଣ ପଟେନ ସିଆଲ ଲକ୍ଷ ପତି ଦିଦିଙ୍କୁ ଚିହ୍ନଟ କରାଯାଇଛି ବୋଲି ବି.ପି.ଏମ ଓ ଏଲ ଏମ ଶ୍ରୀନିବାସ ଦାସ ପ୍ରକାଶ କରିଛନ୍ତି l ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ମୟୂରଭଞ୍ଜରୁ ୟଙ୍ଗ୍ ପ୍ରଫେସନାଲ ନେଭା ଭାର୍ଗବ , ବି ପି ସି ମିଶନ ଶକ୍ତି ହେମନ୍ତ ମାଝୀ ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ବି.ପି.ଏମ ଶ୍ରୀ ଦାସ ଧନ୍ୟବଦ ଅର୍ପଣ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧିନ ୧୪ଟି ପଞ୍ଚାୟତରୁ ସ୍ୱୟଂ ସହାୟିକା ଗୋଷ୍ଠୀମାନେ ଯୋଗଦେଇଥିଲେ । ପ୍ରାରମ୍ଭରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ମହାରାଷ୍ଟ୍ରର ଜଳଗାଁଓଠାରେ ଅନୁଷ୍ଠିତ ହୋଇଥିବା ଲକ୍ଷପତି ଦିଦିଙ୍କର ସମ୍ମିଳନୀର ସିଧାପ୍ରସାରଣର ଭିଡ଼ିଓ ପ୍ରଦର୍ଶୀତ ହୋଇଥିଲା ।