ହାଇଟେକ୍ରେ ୭୭ ତମ ଗଣତନ୍ତ୍ର ଦିବସ ପାଳିତ
ଭୁବନେଶ୍ବର,୨୭/୧ : ଗଣତନ୍ତ୍ର ଦିବସରେ ଆମେ ସମସ୍ତେ ଶପଥ ନେବା, ଆମ ଦେଶ,ଜାତି ଓ ରାଷ୍ଟ୍ର ପାଇଁ ସଦାସର୍ବଦା ଉଚ୍ଚସ୍ତରର କାର୍ଯ୍ୟ କରି ନିଜର ମାନ ବଢାଇବା ସହିତ ରାଷ୍ଟ୍ର ପାଇଁ ଗୌରବ ଆଣିଦେବା ବୋଲି ସହସ୍ରାଧିକ ବିଦ୍ୟାର୍ଥୀଙ୍କୁ ଗଣତନ୍ତ୍ର ଦିବସ ଅବସରରେ ହାଇଟେକ୍ର ପ୍ରତିଷ୍ଠାତା ଅଧ୍ୟକ୍ଷ ଡଃ ତିରୁପତି ପାଣିଗ୍ରାହୀ ଆହ୍ୱାନ ଦେଇଛନ୍ତି । ହାଇଟେକ୍ ମେଡିକାଲ କଲେଜ ଓ ହସ୍ପିଟାଲ ପରିସରରେ ୭୭ତମ ଗଣତନ୍ତ୍ର ଦିବସ ପାଳନ କରାଯାଇଛି । ଏଥିରେ ହାଇଟେକ୍ ଗ୍ରୁପ୍ର ସମସ୍ତ ଶିକ୍ଷାନୁଷ୍ଠାନ ମେଡିକାଲ କଲେଜ, ଡେଣ୍ଟାଲ କଲେଜ, ଫିଜିଓଥେରାପି କଲେଜ, ଫାର୍ମାସୀ କଲେଜ, ନର୍ସିଂ ସ୍କୁଲ ଓ କଲେଜ, ଯୁକ୍ତଦୁଇ ବିଜ୍ଞାନ ଓ ବାଣିଜ୍ୟ ମହାବିଦ୍ୟାଳୟର ସହସ୍ରାଧିକ ବିଦ୍ୟାର୍ଥୀ ଉପସ୍ଥିତ ରହି ଗଣତନ୍ତ୍ର ଦିବସ ମହାସମାରୋହରେ ପାଳନ କରିଛନ୍ତି ।
ହାଇଟେକ୍ ଗ୍ରୁପ୍ର ପ୍ରତିଷ୍ଠାତା ଅଧ୍ୟକ୍ଷ ଡଃ ତିରୁପତି ପାଣିଗ୍ରାହୀ ପତାକା ଉତ୍ତୋଳନ କରିବା ସହ ରୋଗୀ ପାଖରେ ପଇସା ଅଛି କି ନାହିଁ ନ ଦେଖି ରୋଗୀର ରୋଗକୁ ଦେଖିବାକୁ ସମସ୍ତ ଚିକିତ୍ସକ ଓ ସ୍ୱାସ୍ଥ୍ୟ କର୍ମୀମାନଙ୍କୁ ପରାମର୍ଶ ଦେଇଛନ୍ତି । ଏହି ଅବସରରେ ଅତିଥି ଭାବେ ଆମେରିକାର ପ୍ରସିଦ୍ଧ ସ୍ନାୟୁରୋଗ ବିଶେଷଜ୍ଞ ଡ. ପଞ୍ଚାନନ ଶତପଥୀ, ହାଇଟେକ୍ ଗ୍ରୁପ୍ର ପୂର୍ବତନ ଡିନ୍ ଓ ନିର୍ଦ୍ଦେଶକ ଡ. ଏସ୍.କେ ବାସୁ, ହାଇଟେକ୍ ଗ୍ରୁପ୍ର ମ୍ୟାନେଜିଙ୍ଗ ଟ୍ରଷ୍ଟି ଶୁରେଶ କୁମାର ପାଣିଗ୍ରାହୀ, ଟ୍ରଷ୍ଟି ଡ. ରାକେଶ କୁମାର ପାଣିଗ୍ରାହୀ, ଟ୍ରଷ୍ଟି ମଧୁସ୍ମିତା ତ୍ରୀପାଠୀ, ଟ୍ରଷ୍ଟି ବିଶ୍ୱଜିତ୍ ପାଣିଗ୍ରାହୀଙ୍କ ସମେତ ସମସ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷମାନେ ଯୋଗ ଦେଇ ଏହି ଦିବସକୁ ଉତ୍ସବ ମୁଖର କରିଥିଲେ । ଏହି କାର୍ଯ୍ୟକ୍ରମକୁ ପ୍ରଶାସନିକ ଅଧିକାରୀ ଡ. ଗୋପେଶ୍ୱର ଆଚାର୍ଯ୍ୟ ପରିଚାଳନା କରିଥିବାବେଳେ ବିଶିଷ୍ଟ ଚିକିତ୍ସାବିତ୍ମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିବା ବିଦ୍ୟାର୍ଥୀମାନଙ୍କୁ ପୁରସ୍କୃତ କରାଯାଇଥିଲା ।

Editor 


