ବିଶ୍ରା ଗୋଷ୍ଠୀ ଉନ୍ନୟନ ଶିକ୍ଷା ମଣ୍ଡଳ ଓ ମଧୁସୂଦନ କ୍ଲଷ୍ଟର ମିଳିତ ଆନୁକୂଲ୍ୟରେ ଆଞ୍ଚଳିକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ -୨୦୨୪

ରାଉରକେଲା, ୨୯/୯ : ମଧୁସୂଦନ କ୍ଲଷ୍ଟରର ବିଦ୍ଯାଳୟ ସଂଯୋଜକ ହରିହର ବେହେରା ମହୋଦୟଙ୍କ ମାର୍ଗଦର୍ଶନ ତଥା ଆଚାର୍ଯ୍ୟ ହରିହର ସରକାରୀ ଉଚ୍ଚ ଵିଦ୍ଯାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ସିମାଙ୍ଗିନୀ ନାଥ ମହୋଦୟାଙ୍କ ସଭାପତିତ୍ବ ରେ ବିଗତ ବର୍ଷ ଗୁଡ଼ିକ ଭଳି ଚଳିତ ବର୍ଷର ଆଞ୍ଚଳିକ ସ୍ତରୀୟ ସୁରଭି -୨୦୨୪ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଆନ୍ତଃ ବିଦ୍ୟାଳୟ ସ୍ତରୀୟ ଏହି ପ୍ରତିଭା ଚୟନ କାର୍ଯ୍ୟକ୍ରମର ଉଦଘାଟନୀ ଉତ୍ସବରେ ସନ୍ତୋଷ କୁମାର ନାୟକ ( ଜିଲ୍ଲା ସମ୍ପାଦକ, ରାଜ୍ୟ ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ, ଓଷ୍ଟା) ମହୋଦୟ ମୁଖ୍ୟ ଅତିଥି ଭାବେ ସଦୟ ଯୋଗଦାନ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ଶ୍ରୀଯୁକ୍ତ ନୟନ ପତି( ଵରିଷ୍ଠ ପ୍ରଧାନ ଶିକ୍ଷକ, ଗୋପବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ) ମହୋଦୟ, ମୁଖ୍ୟ ବକ୍ତା ତଥା ଶ୍ରୀଯୁକ୍ତ ମନୋଜ କୁମାର ସାମଲ( ଅଧ୍ୟାପକ, କାଷ୍ଟ କଲେଜ, ବନ୍ଧମୁଣ୍ଡା) ମହୋଦୟ ଉପସ୍ଥିତ ରହି ନିଜ ନିଜର ପ୍ରେରଣାଦାୟୀ ଉଦବୋଧନ ମାଧ୍ୟମରେ କାର୍ଯ୍ୟକ୍ରମର ଶୋଭା ବର୍ଦ୍ଧନ କରିଥିଲେ।
ଏତଦବ୍ୟତୀତ ଵିଭିନ୍ନ କ୍ଲଷ୍ଟରର ଵିଦ୍ଯାଳୟ ସଂଯୋଜକ , ପ୍ରଧାନ ଶିକ୍ଷକ, ଶିକ୍ଷୟିତ୍ରୀ, ଗାଇଡ୍ ଶିକ୍ଷକ, ଶିକ୍ଷୟିତ୍ରୀ ତଥା ଅଭିଭାବକ ଗଣଙ୍କ ସମେତ ଵିଦ୍ଯାର୍ଥୀ ବୃନ୍ଦ ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରିଥିବା ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିଥିଲେ। ଵିଶ୍ରା ଶିକ୍ଷା ମଣ୍ଡଳ ରେ ମଧୁସୂଦନ କ୍ଲଷ୍ଟର ର ଏକ ସ୍ୱତନ୍ତ୍ର ପରିଚୟ ରହିଥିବା ବେଳେ,ଏହାର ପ୍ରତିଭାବାନ ଵିଦ୍ଯାର୍ଥୀ ମାନଙ୍କ ଅନନ୍ଯ ପ୍ରତିଭା କୁ ନିମନ୍ତ୍ରିତ ଅତିଥି ଗଣ ଭୂୟସୀ ପ୍ରଶଂସା କରିଥିଲେ। ଵିଦ୍ଯାର୍ଥୀ ମାନଙ୍କ ମଧ୍ୟରେ ଲୁକ୍କାୟିତ ଭାବେ ରହିଥିବା ଅନ୍ତର୍ନିହିତ ପ୍ରତିଭାର ସୁରଭି କୁ ଲୋକଲୋଚନକୁ ଆଣିବା ପାଇଁ ରାଜ୍ୟ ଵିଦ୍ଯାଳୟ ଓ ଗଣଶିକ୍ଷା ବିଭାଗ ର ଏହି ଅଭିନବ ପ୍ରୟାସ ବେଶ୍ ଅଭିନନ୍ଦନୀୟ ହୋଇଥିବା ବେଳେ ଏଥିରେ ବହୁ ସଂଖ୍ୟାରେ ଵିଦ୍ଯାର୍ଥୀ ମାନଙ୍କ ଅଂଶଗ୍ରହଣ ସେମାନଙ୍କ ସୃଜନଶୀଳତା କୁ ବୃଦ୍ଧି କରିବାରେ ସହାୟକ ହୋଇପାରିଛି। ଵିଭିନ୍ନ ଵିଭାଗ ର ପ୍ରତିଯୋଗିତା ରେ ପ୍ରତିଯୋଗୀ ମାନଙ୍କ ଦକ୍ଷତା କୁ ମୂଲ୍ୟାୟନ ପାଇଁ ଵିଭିନ୍ନ ଵିଦ୍ଯାଳୟ ର ଅବସରପ୍ରାପ୍ତ ବରିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀ ଓ ଵିଭିନ୍ନ ଅନୁଷ୍ଠାନ ର ଅଭିଜ୍ଞ ବିଚାରକ ମଣ୍ଡଳୀ ଉପସ୍ଥିତ ରହି ନିରପେକ୍ଷ ମୂଲ୍ୟାୟନ କରିଥିଲେ।
କାର୍ଯ୍ୟକ୍ରମ ର ଉଦଯାପନୀ ଉତ୍ସବ ରେ ଶ୍ରୀଯୁକ୍ତ ସଦାନନ୍ଦ ପ୍ରଧାନ ( ଗୋଷ୍ଠୀ ଉନ୍ନୟନ ଶିକ୍ଷା ଅଧିକାରୀ) ମହୋଦୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ମୁଖ୍ୟ ବକ୍ତା ଭାବେ ଶ୍ରୀଯୁକ୍ତ ସତ୍ୟାନନ୍ଦ ବେହେରା ( ଵରିଷ୍ଠ ସାମ୍ବାଦିକ, ସମାଜ) ଓ ସମ୍ମାନିତ ଅତିଥି ଭାବେ ଶ୍ରୀଯୁକ୍ତ ରଶ୍ମିତ କୁମାର ସାହାଣୀ( ଵରିଷ୍ଠ ପ୍ରଧାନ ଶିକ୍ଷକ,ଵିଵେକାନନ୍ଦ ଵିଦ୍ଯା ମନ୍ଦିର)ମହୋଦୟ ଉପସ୍ଥିତ ରହି ପ୍ରତିଯୋଗୀ ମାନଙ୍କୁ ଅନେକ ଗଠନମୂଳକ ଉପଦେଶ ମାଧ୍ୟମରେ ନିଜର ନିଜର ସ୍ନେହାଶିଷ ପ୍ରଦାନ କରିଥିଲେ। ଏହି ଅବସରରେ ସୁରଭି କାର୍ଯ୍ୟକ୍ରମ ଆୟୋଜନ ଏକ ନିଆରା ପଦକ୍ଷେପ,ଯାହା ମାଧ୍ୟମରେ ଶିଶୁଙ୍କ ସୁପ୍ତ ପ୍ରତିଭାକୁ ପ୍ରସ୍ଫୁଟିତ କରିବା ସମ୍ଭବପର ହୋଇପାରିଛି ବୋଲି ନିମନ୍ତ୍ରିତ ଅତିଥି ଗଣ ମତବ୍ୟକ୍ତ କରିଥିଲେ।
ଅନ୍ତିମ ପର୍ଯ୍ୟାୟରେ କୃତି ଵିଦ୍ଯାର୍ଥୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।କାର୍ଯ୍ୟକ୍ରମରେ ମଞ୍ଚ ସଞ୍ଚାଳକ ତଥା ଉଦଘୋଷକ ଶ୍ରୀଯୁକ୍ତ ପ୍ରତାପ କୁମାର ରାଉତ ମହୋଦୟ ନିଜର ହୃଦୟସ୍ପର୍ଶୀ ଶବ୍ଦ ସଂଯୋଜନା ମାଧ୍ୟମରେ କାର୍ଯ୍ୟକ୍ରମ କୁ ସୁବ୍ୟବସ୍ଥିତ ପ୍ରଣାଳୀ ରେ ଆଗେଇ ନେଇଥିବା ବେଳେ ଵିଦ୍ଯାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ଓ ସ୍କାଉଟ୍ ଗାଇଡ୍ ସ୍ୱେଛା ସେବୀ ମାନଙ୍କ ସହଯୋଗିତା ପାଇଁ ସଭାପତି ସିମାଙ୍ଗିନୀ ନାଥ ମହୋଦୟା ଆନୁଷ୍ଠାନିକ ଭାବେ ସଭିଙ୍କୁ ହୃଦୟରୁ ଧନ୍ୟବାଦ ଅର୍ପଣ କରିବା ପରେ କାର୍ଯ୍ୟକ୍ରମ ସମାପନ ହୋଇଥିଲା।