ଓଡିଶା ଗସ୍ତରେ ଏସ୍ ଜୟଶଙ୍କର,ଜେପି ନଡ୍ଡା

ଓଡିଶା ଗସ୍ତରେ ଏସ୍ ଜୟଶଙ୍କର,ଜେପି ନଡ୍ଡା

ଭୁବନେଶ୍ୱର, ୩/୫ : ଓଡିଶା ଗସ୍ତରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଶନିବାର ଆସୁଛନ୍ତି । ଏସ୍ ଜୟଶଙ୍କର ଦୁଇ ଦିନିଆ ଗସ୍ତରେ ଆସିବା ସହ ସେ କଟକ, ଭୁବନେଶ୍ୱର ଓ ସମ୍ବଲପୁରରେ ବୃଦ୍ଧିଜୀବୀଙ୍କୁ ଭେଟିବେ। ଦଳୀୟ କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ଏହାସହ ମେ ୫ ତାରିଖରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓଡିଶା ଆସିବାର କାର୍ଯ୍ୟକ୍ରମ ରହିଛି। ଜେପି ନଡ୍ଡା କଟକରେ କାର୍ଯ୍ୟକର୍ତ୍ତାଙ୍କ ସହ ଯୋଗ ଦେବା ସହିତ ଭୁବନେଶ୍ୱରରେ ଦଳୀୟ କର୍ମକର୍ତ୍ତାଙ୍କ ସହ ସାକ୍ଷାତ କରି ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।