ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ଛାତ୍ରୀ ନିର୍ଯାତନା ଘଟଣା ; ଅଭିଯୁକ୍ତ ଅଧ୍ୟାପକ ବହିଷ୍କୃତ
ଭୁବନେଶ୍ୱର,୪/୧୨ : ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ଛାତ୍ରୀଙ୍କୁ ନିର୍ଯାତନା ଅଭିଯୋଗ ଘଟଣାରେ ଡ୍ରାମା ବିଭାଗର ଅଧ୍ୟାପକ ଶତ୍ରୁଘ୍ନ ସାମଲଙ୍କୁ କଲେଜରୁ ବହିଷ୍କୃତ । କଲେଜର ପ୍ରିନ୍ସିପାଲ୍ ବିଜୟ ଜେନା ଏହି ଅଭିଯୁକ୍ତ ଅଧ୍ୟାପକଙ୍କୁ ବହିଷ୍କାର କରାଯାଇଥିବା ସୂଚନା ଦେଇଛନ୍ତି । କଲେଜ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଲିଖିତ ଅଭିଯୋଗ କରାଯିବା ପରେ ପୋଲିସ ଅଧ୍ୟାପକ ଶତ୍ରୁଘ୍ନ ସାମଲଙ୍କୁ ଅଟକ ରଖିଛି ।
ଅଧ୍ୟାପକ ଶତ୍ରୁଘ୍ନ ସାମଲଙ୍କ ନାଁରେ ‘ଖରାପ ସ୍ପର୍ଶ’, ଯୌନ ଇଙ୍ଗିତ, ଓ ଭଲ ଗ୍ରେଡ୍ ବା ସୁବିଧା ଦେବା ଲୋଭ ଦେଖାଇ ଶାରୀରିକ ସମ୍ପର୍କ ପାଇଁ ପ୍ରବର୍ତ୍ତାଇବା ଭଳି ସଙ୍ଗୀନ ଅଭିଯୋଗ ଥିଲା।

Editor 


