ଆସନ୍ତାକାଲି ଖୋଲିବ ହୀରାକୁଦ ଗେଟ୍

ସମ୍ବଲପୁର, ୫/୭ : ଆସନ୍ତାକାଲି ଖୋଲିବ ହୀରାକୁଦର ୬ ଗେଟ୍ । କଲମା ଗେଟ ଖୋଲିବାରୁ ଜଳସ୍ତର ବଢିଛି । ପୂଜାର୍ଚ୍ଚନା ପରେ ହୀରାକୁଦର ୬ ଟି ଗେଟ୍ ଖୋଲାଯିବ । ଗେଟ ଖୋଲାଯିବା ନେଇ ସର୍ବୋଚ୍ଚ ଯନ୍ତ୍ରୀ ସୁଶିଲ ବେହେରାଙ୍କ ସୂଚନା । ପରେ ନଦୀର ଜଳସ୍ତର ଦେଖି ନିଷ୍କାସନ ନିଷ୍ପତ୍ତି ନିଆଯିବ।
ତେବେ ଉପର ମୁଣ୍ଡରେ ପ୍ରବଳ ବର୍ଷା ହେଉନଥିବାରୁ ଚଳିତ ବର୍ଷ ଶୀଘ୍ର ଗେଟ୍ ଖୋଲିବ । ଗେଟ ଖୋଲିବା ନେଇ ସୂଚନା ଦେଲେ ହୀରାକୁଦ ମୁଖ୍ୟ ଯନ୍ତ୍ରୀ ସୁଶିଲ ବେହେରା ।