ସରିଲା ନିର୍ବନ୍ଧ, ସୋସିଆଲ ମିଡ଼ିଆରେ ସ୍ପଷ୍ଟ କଲେ ଜାଗ୍ରତି

ଭୁବନେଶ୍ବର,୮/୩ : ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ଓଲିଉଡ ସୁପରଷ୍ଟାରଙ୍କ ଦ୍ବିତୀୟ ଇନିଂସ । ବାନ୍ଧବୀ ଜାଗ୍ରତି ଶୁକ୍ଲାଙ୍କ ହାତ ଧରିବେ ଓଲିଓଡ଼ ଅଭିନେତା ତଥା କେନ୍ଦ୍ରାପଡାର ପୂର୍ବତନ ସାଂସଦ ଅନୁଭବ ମହାନ୍ତି ।ଶୁକ୍ରବାର ରାଜ୍ୟ ବାହାରର କେଉଁ ଏକ ସ୍ଥାନରେ ଉଭୟଙ୍କ ନିର୍ବନ୍ଧ ସରିଥିବାବେଳେ ଉଭୟ ପରସ୍ପରକୁ ମୁଦି ପିନ୍ଧାଇଛନ୍ତି । ଆସନ୍ତା ୧୧ ତାରିଖରେ ଉଭୟଙ୍କ ବିବାହ ହେବ ବୋଲି ଚର୍ଚ୍ଚା ହେଉଥିଲେ ମଧ୍ୟ ଏ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ତେବେ ଉଭୟ ପରିବାର ଓ କିଛି ଖାସ ଅତିଥିଙ୍କ ସହ ଓଡ଼ିଶା ବାହାରେ ଦୁହେଁ ବିବାହ କରୁଥିବା ବିଶ୍ୱସ୍ତ ସୂତ୍ରରୁ ଜଣା ପଡିଛି ।
ଆଜି ସୋସିଆଲ ମିଡ଼ିଆରେ ଜାଗ୍ରତି ଶୁକ୍ଲା ନିଜେ ମୁଦି ପିନ୍ଧାର ଫଟୋ ସେୟାର କରିଛନ୍ତି । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ସହ ବିବାହ ବିଛେଦ ପରେ ଜାଗ୍ରତିଙ୍କୁ ଦ୍ବିତୀୟ ବିବାହ କରିବାକୁ ଯାଉଛନ୍ତି ଅନୁଭବ ।