ଶ୍ରୀରାମଙ୍କ ୭୭ଫୁଟ ଉଚ୍ଚ କାଂସ୍ୟ ପ୍ରତିମୂର୍ତ୍ତିର ଅନାବରଣ କଲେ ମୋଦି

ଶ୍ରୀରାମଙ୍କ ୭୭ଫୁଟ ଉଚ୍ଚ କାଂସ୍ୟ ପ୍ରତିମୂର୍ତ୍ତିର ଅନାବରଣ କଲେ ମୋଦି

ନୂଆଦିଲ୍ଲୀ, ୨୯/୧୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦକ୍ଷିଣ ଗୋଆର କନାକୋନାସ୍ଥିତ ପର୍ତ୍ତଗାଲୀ ଗାଁରେ ଶ୍ରୀ ସଂସ୍ଥାନ ଗୋକର୍ଣ୍ଣ ପର୍ତ୍ତଗାଲୀ ଜୀବୋତ୍ତମ ମଠରେ ଭଗବାନ ଶ୍ରୀରାମଙ୍କ ୭୭ଫୁଟ ଉଚ୍ଚ ବିଶ୍ବର ସବୁଠାରୁ ବଡ଼ କାଂସ୍ୟ ପ୍ରତିମୂର୍ତ୍ତିର ଅନାବରଣ କରିଛନ୍ତି । ଏହି ପ୍ରତିମୂର୍ତ୍ତି ପ୍ରସିଦ୍ଧ ମୂର୍ତ୍ତିକାର ରାମ ସୂତାରଙ୍କ ଦ୍ବାରା ପ୍ରସ୍ତୁତ କରାଯାଇଛି । ସେ ଗୁଜରାଟର ଷ୍ଟାଚ୍ୟୁ ଅଫ୍ ୟୁନିଟି ମଧ୍ୟ ପ୍ରସ୍ତୁତ କରିଥିଲେ । 

ପ୍ରତିମୂର୍ତ୍ତି ଅନାବରଣ ଅବସରରେ ଗୋଆ ରାଜ୍ୟପାଳ ଅଶୋକ ଗଜପତି ରାଜୁ, ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ, କେନ୍ଦ୍ରମନ୍ତ୍ରୀ ଶ୍ରୀପାଦ ନାଇକ ଓ ରାଜ୍ୟ କ୍ୟାବିନେଟ୍ ମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ । ଅନାବରଣ ପୂର୍ବରୁ ମୋଦୀ ମଠ ପରିସରସ୍ଥିତ ପ୍ରାଚୀନ ମନ୍ଦିର ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ ।