କଟକରେ ବର୍ଷା ବିତ୍ପାତ ; ଭୁଶୁଡ଼ିଲା ଶିଶୁଭବନ କାନ୍ଥ

କଟକ,୨୫/୬ : ରାଜ୍ୟର ଅଧିକାଂଶ ସ୍ଥାନରେ ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି । କଟକ ସହିତ ଏହାର ଆଖପାଖ ଅଞ୍ଚଳରେ ମଧ୍ୟ ଆଜି ଦିନତମାମ ବର୍ଷା ହୋଇଛି। ବର୍ଷା ଯୋଗୁଁ କିଛି ସ୍ଥାନରେ ଅଘଟଣ ମଧ୍ୟ ଘଟିଥିବା ନଜର ଆସିଛି ।
ଲଗାଣ ବର୍ଷା ଯୋଗୁଁ କଟକର ଶିଶୁ ଭବନର ନୂଆ ବିଲଡିଂ କାନ୍ଥ ଭୁଶୁଡ଼ି ପଡ଼ିଛି । ବିଲ୍ଡିଂ କାନ୍ଥ ଭୁଶୁଡ଼ିବାରୁ କିଛି ବାଇକ୍ ଚାପି ହୋଇଯାଇଥିବା ଜଣାପଡ଼ିଛି । ଏହି ଦୁର୍ଘଟଣାରେ କୌଣସି ବ୍ୟକ୍ତି ଗୁରୁତର କିମ୍ୱା ଆହତ ହୋଇଥିବା ଖବର ଜଣାପଡ଼ିନାହିଁ । ଏହି କୋଠା ଗତ ଏପ୍ରିଲ ମାସରେ ଉଦ୍ଘାଟନ ହୋଇଥିଲା । ପୂର୍ବ ସରକାରରେ ଏହି କୋଠା ନିର୍ମାଣ ହୋଇଛି ।
ସେହିପରି ସିଡିଏରେ ଏକ ରାସ୍ତା ଧସିଛି। ସିଡିଏ ସେକ୍ଟର-୧୦ ଅଞ୍ଚଳରେ ରାସ୍ତା ଧସିଛି । ପ୍ରବଳ ବର୍ଷା ଯୋଗୁଁ ପ୍ରାୟ ୨୦ ଫୁଟ ରାସ୍ତା ଦବିଛି । ନିମ୍ନମାନର କାମକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି।