ଶ୍ରୀକ୍ଷେତ୍ରେ ଚନ୍ଦନଯାତ ; ନୃତ୍ୟରେ ମନ ମୋହୁଛନ୍ତି ଅଧ୍ୟାପକ ନୃତ୍ୟଶିଳ୍ପୀ ଡ଼କ୍ଟର ଚିତ୍ତରଞ୍ଜନ ସାହାଣୀ
ଭୁବନେଶ୍ବର,୯/୫ : ଶ୍ରୀଶ୍ରୀଜଗନ୍ନାଥ ଧାମ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଦ୍ୱାଦଶ ଯାତ୍ରା ମଧ୍ୟରୁ ବାହାର ଚନ୍ଦନ ଯାତ୍ରା ଏକୋଇଶି ଦିନ ଧରି ଖୁଵ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପାଳିତ ହେଉଅଛି । ମଣୀବିମାନରେ ପ୍ରଭୁ ମଦନମୋହନଙ୍କ ସହ ଭୁଦେବୀ ଶ୍ରୀଦେବୀ ବା ମହାମାୟୀ ଲଷ୍ମୀ ଓ ମାଆ ସରସ୍ବତୀ ଓ ଅନ୍ୟ ପାଞ୍ଚୋଟି ବିମାନରେ ପଞ୍ଚୁ ପାଣ୍ଡଵ ବା ପଞ୍ଚମହାଦେବ ଓ ପାଲିଙ୍କିରେ ରାମକୃଷ୍ଣ ନରେନ୍ଦ୍ର ସରୋବରରେ ନନ୍ଦା ଭଦ୍ରା ଚାପରେ ନୌବିହାର କରୁଛନ୍ତି । ଏହି ଅବସରରେ ଶ୍ରୀମନ୍ଦିରରରୁ ନରେନ୍ଦ୍ର ଚକଡା ପର୍ଯ୍ୟନ୍ତ ପଟୁଆରୀ ସେବାରେ ନୃତ୍ୟ ସଂଗୀତରେ ଶ୍ରୀଜୀଉଙ୍କ ଚିତ ବିନୋଦନ କରୁଛନ୍ତି ଓଡ଼ିଆ ଭାଷା ସାହିତ୍ୟର ବିଭାଗର ବରିଷ୍ଠ ଅଧ୍ୟାପକ ତଥା ଅନ୍ତଃରାଷ୍ଟ୍ରୀୟ ଓଡିଶୀ ନୃତ୍ୟଶିଳ୍ପୀ ଡ଼କ୍ଟର ଚିତ୍ତରଞ୍ଜନ ସାହାଣୀ ।
ବିଶିଷ୍ଟ ଜଗନ୍ନାଥ ସଂସ୍କୃତି ଗବେଷକ ପ୍ରବଚକ ପଣ୍ଡିତ ସୂର୍ଯ୍ୟ ନାରାୟଣ ରଥଶର୍ମାଙ୍କ ଚନ୍ଦନଯାତ୍ରା ସମୟରେ ବିଶେଷ କରି ଚନ୍ଦନ ସଂଗୀତରେ ନୃତ୍ୟ ପରିବେଷଣ ଖୁଵ ମନୋରମ ଓ ଭାବମୟ କରୁଛି ପୁରୁଷୋତ୍ତମ କ୍ଷେତ୍ରକୁ । ସହସ୍ରାଧିକ ଭକ୍ତ ଦର୍ଶକଙ୍କ ଗହଣରେ ଶ୍ରୀମନ୍ଦିରରୁ ସିଂହଦ୍ୱାର ଦେଇ ବଡଦାଣ୍ଡରୁ ନରେନ୍ଦ୍ର ପୁଷ୍କରିଣୀ ପର୍ଯ୍ୟନ୍ତ ମଣୀବିମାନ ଆଗରେ ଚନ୍ଦନ ଚକଡାରେ ଓ ନରେନ୍ଦ୍ର ପୁଷ୍କରିଣୀ କୂଳରେ ଡ଼କ୍ଟର ଚିତ୍ତରଞ୍ଜନ ଅତୀବ ଭାବମୟ, ରସାଳ ଲାଳିତ୍ୟ ପୂର୍ଣ୍ଣ ନୃତ୍ୟରେ ମହାପ୍ରଭୁଙ୍କ ମନହରଣ କରିବା ସହ ସାହସ୍ରାଧିକ ଭକ୍ତ ଦର୍ଶକଙ୍କ ଚିତବିନୋଦନ କରୁଛନ୍ତି ।
ଦୀର୍ଘ ତିନି ଦଶନ୍ଧିରୁ ଊର୍ଦ୍ଧ୍ବ ହେବ ଶ୍ରୀକ୍ଷେତ୍ର ଶ୍ରୀମନ୍ଦିରରେ ବିଭିନ୍ନ ପର୍ବ ପର୍ବାଣି ଯଥା ଚନ୍ଦନ, ସ୍ନାନ, ଗୁଣ୍ଡିଚା, ବାହୁଡା଼, ନୀଳାଦ୍ରିବିଜେ, ଝୁଲଣ ଓ ଦୋଳଯାତ୍ରାରେ ମହାପ୍ରଭୁଙ୍କ ପାଇଁ ନୃତ୍ୟସେବା ଯୋଗାଇ ଦେବା ସହ ଶେଷ ଦୁଇ ନବକଳେବର ରେ ଦାରୁ ଛେଦନ ଠାରୁ କୋଇଲି ବୈକୁଣ୍ଠ ପର୍ଯ୍ୟନ୍ତ ନୃତ୍ୟ ସେବାକାରୀ ଭାବେ ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି । ଓଡ଼ିଆ ଅଧ୍ୟାପକ ଭାବେ ଶ୍ରେଣୀଗୃହରେ କାବ୍ୟ କବିତାର ନାୟକ ନାୟିକାଙ୍କ ସମ୍ପର୍କରେ ବିଦ୍ୟାର୍ଥୀ ମାନଙ୍କୁ ପଢ଼ାଉଥିବା ବେଳେ ସନ୍ଧ୍ୟାରେ ଆଖିରେ କଜ୍ଵଳ ଲଗାଇ ସେହି ନାୟକ ନାୟିକାଙ୍କ ଚରିତ୍ରରେ ମଞ୍ଚରେ ନୃତ୍ୟ ପରିବେଷଣ ମୋତେ ଖୁବ ଆନନ୍ଦ ଦିଏ ଓ ଆଖିଆଗରେ ମହାପ୍ରଭୁଙ୍କୁ ଦେଖିକି ତାଙ୍କରି ନୃତ୍ୟ ତାଙ୍କ ଆଗରେ ନାଚିବାର ଅନୁଭୂତି ଶବ୍ଦରେ କହି ହେବ ନାହିଁ ବୋଲି କୁହନ୍ତି ଡ଼କ୍ଟର ଚିତ୍ତରଞ୍ଜନ ସାହାଣୀ ।

Editor 


