ହଠାତ୍‌ ଗଣତି କେନ୍ଦ୍ର ଭିତରେ ପଶିଲେ ମମତା

ହଠାତ୍‌ ଗଣତି କେନ୍ଦ୍ର ଭିତରେ ପଶିଲେ ମମତା

କୋଲକାତା,୪/୫: ପଶ୍ଚିମବଙ୍ଗର ଭବାନୀପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ଏକ ବଡ଼ ବିବାଦ ଦେଖାଦେଇଛି। ଭାରତୀୟ ନିର୍ବାଚନ କମିଶନ (ECI) ଏହି ନିର୍ବାଚନମଣ୍ଡଳୀର ଗଣନା ଫଳାଫଳକୁ ବହୁତ ସମୟ ପାଇଁ ଅପଡେଟ କରି ନ ଥିଲେ। ଯାହା ଫଳରେ ପରିସ୍ଥିତି ଏକ ବଡ଼ ରାଜନୈତିକ ପ୍ରସଙ୍ଗ ପାଲଟି ଯାଇଥିଲା। ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ ତୁରନ୍ତ ବିଜେପି ଏବଂ ନିର୍ବାଚନ କମିଶନ ଉଭୟଙ୍କ ଉପରେ କଡ଼ା ଆକ୍ରମଣ କରିଥିଲେ। ତୃଣମୂଳ କଂଗ୍ରେସ ସପକ୍ଷରେ ଦିଆଯାଇଥିବା ଭୋଟରେ ହେରଫେର ହୋଇଥିବା ଅଭିଯୋଗ କରିଥିଲେ। ସେ ସଖାବତ ମେମୋରିଆଲ ସ୍କୁଲରେ ଅବସ୍ଥିତ ଗଣନା କେନ୍ଦ୍ରରେ ମଧ୍ୟ ପହଞ୍ଚିଥିଲେ। ଗଣନା କେନ୍ଦ୍ରରେ ପହଞ୍ଚିବାରେ ମମତା ବାନାର୍ଜୀ ଏକା ନ ଥିଲେ; ବିବାଦ ଆରମ୍ଭ ହେବା ମାତ୍ରେ, ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ମଧ୍ୟ ସେଠାରେ ପହଞ୍ଚିଥିଲେ।

ଭବାନୀପୁରରେ ହାଇ-ଭୋଲଟେଜ ଡ୍ରାମା ଦେଖାଦେଇଥିଲା। ଫଳରେ କେନ୍ଦ୍ରରେ ଭୋଟ ଗଣନା ପ୍ରକ୍ରିୟା ପ୍ରାୟ ଦେଢ଼ ଘଣ୍ଟା ପାଇଁ ବନ୍ଦ ରହିଥିଲା। ମମତା ବାନାର୍ଜୀ ଏବଂ ଶୁଭେନ୍ଦୁ ଅଧିକାରୀ ଉଭୟ ଗଣନା କେନ୍ଦ୍ରରେ ପହଞ୍ଚିଥିଲେ। ନିର୍ବାଚନ କମିଶନଙ୍କ ୱେବସାଇଟରେ ଉପଲବ୍ଧ ତଥ୍ୟ ଅନୁଯାୟୀ, ଭବାନୀପୁରରେ ଏ ପର୍ଯ୍ୟନ୍ତ ୧୩ରାଉଣ୍ଡ ଗଣନା ସମାପ୍ତ ହୋଇଛି, ଯେଉଁଥିରେ ମମତା ବାନାର୍ଜୀ ବର୍ତ୍ତମାନ ୫,୩୪୯ ଭୋଟ ବ୍ୟବଧାନରେ ଆଗୁଆ ଅଛନ୍ତି।