ଓଡିଶାର ସବୁଠାରୁ ବୃହତ୍ କର୍ପୋରେଟ୍ ବ୍ୟାଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟ "ଉଲ୍ଟିମେଟ୍ କର୍ପୋରେଟ୍ ଚାମ୍ପିଅନ୍ସ" ଉଦଯାପିତ
ଭୁବନେଶ୍ୱର, ୨୭/୪ : ଓଡିଶାର କର୍ପୋରେଟ୍ ଜଗତର କର୍ମଜୀବୀମାନଙ୍କ ମଧ୍ୟରେ ଶାରୀରିକ ସୁସ୍ଥତା, କ୍ରୀଡା ମନୋଭାବ ଏବଂ ବ୍ୟବସାୟିକ ସମ୍ପର୍କ ବୃଦ୍ଧି କରିବା ଲକ୍ଷ୍ୟରେ ଆୟୋଜିତ ଦୁଇ ଦିନିଆ ପ୍ରମୁଖ ଇଭେଣ୍ଟ "ଉଲ୍ଟିମେଟ୍ କର୍ପୋରେଟ୍ ଚାମ୍ପିଅନ୍ସ" ସଫଳତାର ସହ ସମ୍ପନ୍ନ ହୋଇଯାଇଛି। ସିଡ୍ରିମ୍ଜ୍ ଦ୍ୱାରା ଆୟୋଜିତ ଏହି ଚାମ୍ପିଅନ୍ସିପ୍ ରାଜ୍ୟର ଅନ୍ୟତମ ବୃହତ୍ କର୍ପୋରେଟ୍ କ୍ରୀଡା ମହୋତ୍ସବ ଭାବେ ପରିଚିତ ହୋଇଛି।
ଏହି ପ୍ରତିଯୋଗିତାରେ ୧୨୮ଟି ପୁରୁଷ ଡବଲ୍ସ ଏବଂ ୩୨ଟି ମିକ୍ସଡ୍ ଡବଲ୍ସ ଟିମ୍ ଅଂଶଗ୍ରହଣ କରିଥିଲେ। ଖେଳ ଗୁଡିକ "ବେଷ୍ଟ-ଅଫ୍-୩ ସେଟ୍" ଫର୍ମାଟ୍ ରେ ଅତ୍ୟନ୍ତ ରୋମାଞ୍ଚକର ଭାବେ ଖେଳାଯାଇଥିଲା। ଏଥିରେ ଓଡିଶାର ପ୍ରମୁଖ ଆଇଟି ଏବଂ କର୍ପୋରେଟ୍ ସଂସ୍ଥା ଯଥା— ୱିପ୍ରୋ, ଟିସିଏସ୍, ଇନଫୋସିସ୍, ଆକ୍ସେଞ୍ଚର୍, ଆଇବିଏମ୍, କଗ୍ନିଜାଣ୍ଟ, ଇଏସଏସଏଲ୍ ର ପ୍ରତିନିଧିମାନେ ସାମିଲ ହୋଇଥିଲେ। ଏଥିସହିତ ବିଭିନ୍ନ ବେସରକାରି ବ୍ୟାଙ୍କ, ରେଳବାଇ ଓ ନାଲକୋ ଭଳି ପିଏସଉର ବରିଷ୍ଠ ଅଧିକାରୀମାନେ ମଧ୍ୟ ନିଜର କ୍ରୀଡା କୌଶଳ ପ୍ରଦର୍ଶନ କରିଥିଲେ।
କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ ସିଡ୍ରିମ୍ଜ୍ ର ଟୁର୍ଣ୍ଣାମେଣ୍ଟ ଡିରେକ୍ଟର ସ୍ମୃତି ଦେବତା କହିଛନ୍ତି,"ଆମେ ବୋର୍ଡରୁ ବାହାରେ ଏକ ନୂତନ ପ୍ଲାଟଫର୍ମ ସୃଷ୍ଟି କରିବାକୁ ଚାହୁଁଥିଲୁ। ଏହି ଟୁର୍ଣ୍ଣାମେଣ୍ଟ କେବଳ ଟ୍ରଫି ଜିତିବା ପାଇଁ ନୁହେଁ, ବରଂ ଏକ ସୁସ୍ଥ କର୍ପୋରେଟ୍ ପରିବେଶ ସୃଷ୍ଟି କରିବା ଏବଂ ବିଭିନ୍ନ ଶିଳ୍ପ ନେତାମାନଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବା ପାଇଁ ଏକ ମାଧ୍ୟମ।"
ପ୍ରତିଯୋଗିତାର ଫଳାଫଳ:
* ପୁରୁଷ ଡବଲ୍ସ ବିଜେତା: ଦେବେଶ ଓ ପ୍ରତାପ
* ପୁରୁଷ ଡବଲ୍ସ ରନର୍ସ-ଅପ୍: ପ୍ରଦ୍ୟୁମ୍ନ ଓ ସ୍ମୃତି
* ମିକ୍ସଡ୍ ଡବଲ୍ସ ବିଜେତା: ଜନ୍ମେଜୟ ଓ ଶାଳିନୀ
* ମିକ୍ସଡ୍ ଡବଲ୍ସ ରନର୍ସ-ଅପ୍: ଆଶାକିରଣ ଓ ବାଲା
ଏହି ଦୁଇ ଦିନିଆ କାର୍ଯ୍ୟକ୍ରମରେ ନାଲକୋରୁ ଶ୍ରୀ ଆଶୁତୋଷ ରଥ, ଇନଫୋସିସରୁ ସତ୍ୟଜିତ ମହାନ୍ତି,

Editor 


