କ୍ରାନ୍ତିକାରୀ ଫାଉଣ୍ଡେସନ୍ ପକ୍ଷରୁ ବିଶ୍ୱ ମ୍ୟାଲେରିଆ ଦିବସ ଅବସରରେ ସଚେତନତା କାର୍ଯ୍ୟକ୍ରମ
ଭୁବନେଶ୍ୱର,୨୭/୪ : ବିଶ୍ୱ ମ୍ୟାଲୋରିଆ ଦିବସ ଅବସରରେ ସାମାଜିକ ସ୍ୱେଚ୍ଛାସେବୀ ସଂଗଠନ ‘କ୍ରାନ୍ତିକାରୀ ଫାଉଣ୍ଡେସନ୍’ ପକ୍ଷରୁ ଏକ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଭୁବନେଶ୍ୱରସ୍ଥିତ ନନ୍ଦିନୀପଲ୍ଲୀ, ମୁଣ୍ଡାସାହି ବସ୍ତି ଠାରେ ଗତ ୨୫ ତାରିଖରେ ଅନୁଷ୍ଠିତ ହୋଇଯାଇଛି । ମ୍ୟାଲେରିଆ ରୋଗ ସମ୍ବନ୍ଧରେ ସ୍ଥାନୀୟ ବସ୍ତି ବାସିନ୍ଦାଙ୍କୁ ସଚେତନ କରିବା ଓ ଏହାର ପ୍ରତିରୋଧ ଉପାୟ ସମ୍ବନ୍ଧରେ ସଚେତନତା ଆୟୋଜିତ ହୋଇଥିଲା ।
ଏହି ଅବସରରେ ଅନୁଷ୍ଠାନର ଭଲ୍ୟୁଣ୍ଟରମାନେ ସମ୍ପୂର୍ଣ୍ଣ ବସ୍ତି ଭ୍ରମଣ କରି ବସ୍ତିବାସିନ୍ଦାଙ୍କୁ ନିଜ ଆଖପାଖ ଅଞ୍ଚଳକୁ ପରିସ୍କାର ଓ ପରିଚ୍ଛନ୍ନ ରଖିବା, ମଶାରି ଟାଣି ଶୋଇବା, ଏକ ସ୍ଥାନରେ ପାଣି ଜମା ନରଖିବା ଆଦି ସମ୍ବନ୍ଧରେ ଲୋକଙ୍କୁ ବୁଝାଇଥିଲେ । ମ୍ୟାଲେରିଆ ରୋଗର ଲକ୍ଷଣ, କାରଣ ଓ ପ୍ରତିରୋଧର ଉପାୟ ସମ୍ବନ୍ଧରେ ମଧ୍ୟ ସଚେତନତା କରାଯାଇଥିଲା । କିପରି ମ୍ୟାଲେରିଆ ରୋଗରୁ ମୁକ୍ତି ପାଇବା ସେ ସମ୍ବନ୍ଧରେ ଆଗାମୀ ଦିନରେ ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ଏପରି ସଚେତନତା କାର୍ଯ୍ୟକ୍ରମ ଜାରି ରହିବ ବୋଲି ଅନୁଷ୍ଠାନ ତରଫରୁ କୁହାଯାଇଛି ।
ଏହି କାର୍ଯ୍ୟକ୍ରମରେ ମନୋଜ କୁମାର ସାହୁ, ପ୍ରଜ୍ଞାପରମିତା ମହାନ୍ତି, ମନସ୍ତୃପ୍ତି ମହାପାତ୍ର, ଜଗନ୍ନାଥ ସାହୁ, ମାନସ ପ୍ରଧାନ, ବିଶ୍ୱମୋହନ ନାୟକ, କ୍ଷୀତିଶ କୁମାର ଜେନା, ଶୁଭଙ୍କର ସାହୁ, ପ୍ରଳୟ କୁମାର ଦାସ, ହରିଶଙ୍କର ଗୌଡ଼ଙ୍କ ସମେତ ଅନ୍ୟାନ୍ୟ ଭଲ୍ୟୁଣ୍ଟରମାନେ ଉପସ୍ଥିତ ଥିଲେ ।

Editor 


