ସୌମ୍ୟ ରଞ୍ଜନ ହତ୍ୟା ଘଟଣା ; ଫୁଲନଖରା-ନିଆଳି ମୁଖ୍ୟ ରାସ୍ତା ଅବରୋଧ

ସୌମ୍ୟ ରଞ୍ଜନ ହତ୍ୟା ଘଟଣା ; ଫୁଲନଖରା-ନିଆଳି ମୁଖ୍ୟ ରାସ୍ତା ଅବରୋଧ

ଭୁବନେଶ୍ବର,୮/୫ : ବାଲିଅନ୍ତାରେ ସୌମ୍ୟ ରଞ୍ଜନ ସ୍ୱାଇଁଙ୍କୁ ହତ୍ୟା ମାମଲାରେ ରାସ୍ତାରୋକ କଲେ ସୌମ୍ୟଙ୍କ ସମ୍ପର୍କୀୟ ଓ ପରିବାରଲୋକେ । ୬୦ନମ୍ବର ରାଜ୍ୟ ରାଜପଥରେ ଆନ୍ଦୋଳନ କରିଛନ୍ତି। ଫୁଲନଖରା-ନିଆଳି ମୁଖ୍ୟ ରାସ୍ତା ଅବରୋଧ କରାଯାଇଛି । ସୌମ୍ୟଙ୍କ ମୃତ୍ୟୁ ପ୍ରତିବାଦ କରିଛନ୍ତି ସମ୍ପର୍କୀୟ । ତାଙ୍କ ଚାକିରିରେ ଥିବା ବକେୟା ଦରମା ମିଳୁ । ଦୋଷୀଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି କରିଛନ୍ତି । ରାଜ୍ୟ ରାଜପଥରେ ମୃତଦେହ ରଖି ରାସ୍ତାରୋକ କରିଛନ୍ତି। ପୁଲିସ ମୁତୟନ ରହିଛି।

ପ୍ରକାଶ ଯେ, ରାଜଧାନୀ ଉପକଣ୍ଠ ବାଲିଅନ୍ତା ଥାନା ଅଧୀନ ରାମଚନ୍ଦ୍ରପୁର କାଜ ନିକଟରେ ଏକ ଅମାନୁଷିକ ହତ୍ୟାକାଣ୍ଡ ଘଟିଛି । କଟକ ରେଳବାଇରେ କନଷ୍ଟେବଳ ଭାବେ କାର୍ଯ୍ୟରତ ସୌମ୍ୟରଞ୍ଜନ ସ୍ବାଇଁଙ୍କୁ ଲୋକେ ପିଟିପିଟି ମାରି ଦେଇଛନ୍ତି ।