ଖୁବଶୀଘ୍ର ପଶ୍ଚିମବଙ୍ଗର ନୂତନ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା !

ଖୁବଶୀଘ୍ର ପଶ୍ଚିମବଙ୍ଗର ନୂତନ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା !

ନୂଆଦିଲ୍ଲୀ,୬/୫ : ଭାରତୀୟ ଜନତା ପାର୍ଟି (ବିଜେପି) ଖୁବ୍ ଶୀଘ୍ର ପଶ୍ଚିମବଙ୍ଗର ନୂତନ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରିବାର ସମ୍ଭାବନା ରହିଛି । ଶୁକ୍ରବାର ବିଜେପି ଏ ନେଇ ଏକ ବଡ଼ ବୈଠକ କରିବ ଓ ଏହାପରେ ବିଧାୟକ ଦଳ ନେତାଙ୍କ ନାମ ଘୋଷଣା ହେବାର ସମ୍ଭାବନା ରହିଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ପଶ୍ଚିମବଙ୍ଗର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଛି ବିଜେପି । ବଙ୍ଗଳାରେ ବିଜେପି ୨୦୭ଟି ଆସନ ଜିତିଛି। ମେ ୯ରେ ହେବ ନୂଆ ସରକାରର ଶପଥ ଗ୍ରହଣ ଉତ୍ସବ।