କମେଡ଼ିଆନ ଗୁଲୁଆଙ୍କୁ ଧମକ, ଭିଡ଼ିଓ କରି ମାଗିଲେ ସୁରକ୍ଷା

କମେଡ଼ିଆନ ଗୁଲୁଆଙ୍କୁ ଧମକ, ଭିଡ଼ିଓ କରି ମାଗିଲେ ସୁରକ୍ଷା

ଭୁବନେଶ୍ବର,୨୫/୧୨ : କମେଡ଼ିଆନ ଗୁଲୁଆଙ୍କୁ ମିଳୁଛି ଧମକ । ଟଙ୍କା ନ ଦେଲେ ବଦନାମ ପାଇଁ ଗୁଲୁଆଙ୍କୁ ଧମକ । ଭିଡ଼ିଓ କରି ମାଗିଲେ ସୁରକ୍ଷା । କହିଲେ- ମୋ ଜୀବନ ପ୍ରତି ବିପଦ ଅଛି ।  

ପ୍ରଥମେ ଯେତେବେଳେ ଏହି ଭିଡ଼ିଓଟି ସୋସିଆଲ ମିଡ଼ିଆରେ ଘୁରି ବୁଲିଲା ଲୋକେ ଏହାକୁ ବିଶ୍ବାସ କରିନଥିଲେ । କାରଣ ସେ ଜଣେ କମେଡ଼ିଆନ ତେଣୁ କୌଣସି ଭିଡ଼ିଓ ପାଇଁ ସେ କମେଡ଼ି କରିଥାଇପାରନ୍ତି ବୋଲି ଭାବିଥିଲେ । ମାତ୍ର ଭିଡ଼ିଓ ଶେଷରେ ଏହାକୁ ସେ କହିଥିଲେ ଏହା ଗୁରୁତର ସହ କହୁଛି । ଏହାପରେ ମୋବାଇଲକୁ ମୋବାଇଲ ଘୁରି ବୁଲିଥିଲା ଏହି ଭିଡ଼ିଓ । ଯାହା ଫଳରେ ତାଙ୍କ ଜୀବନ ପ୍ରତି ବିପଦ ଥିବା ଜଣାପଡ଼ିଥିଲା । ଆମ ଟିମ୍ ତାଙ୍କ ସହ ଯୋଗାଯୋଗ କରିଥିଲେ ସୁଦ୍ଧା ସେ ଫୋନ୍ ଉଠାଇନଥିଲେ । 

ଯେଉଁଠି ସିଏ ତାଙ୍କ ଜୀବନ ପ୍ରତି ବିପଦ ଥିବା ଏବଂ ତାଙ୍କୁ କୋଟିଏ ଟଙ୍କା ମାଗି ବଦନାମ କରିବାକୁ ଧମକ ବି ମୁଳୁଛି, ତାଙ୍କୁ ମାଡ଼ ମାରି ପଙ୍ଗୁ କରିଦେବାକୁ ବି ଧମକ ଦିଆଯାଉଥିବା ସେ ଏକ ଭିଡିଓରେ ଖୁଲାସା କରି ପୁଲିସ ଓ ପ୍ରଶାସନଠୁ ସୁରକ୍ଷା ଲୋଡ଼ିଛନ୍ତି ସେତିକିବେଳେ ତାଙ୍କ ସ୍ତ୍ରୀ ବର୍ଷା କିନ୍ତୁ ଓଲଟା ଅଭିଯୋଗ ଆଣିଛନ୍ତି । ସେ ଗଣମାଧ୍ୟମ ସାମ୍ନାରେ ଗୁଲୁଆଙ୍କ ଚରିତ୍ର ଉପରେ ଅଙ୍ଗୁଳି ନିର୍ଦେଶ କରିଛନ୍ତି । କହିଛନ୍ତି ଗୁଲୁଆ ମୋତେ ବହୁତ ହଇରାଣ କରିଛନ୍ତି । ମୋ ବାପା ତାଙ୍କୁ ସବୁ ଦେଇଛନ୍ତି । ଏଭଳି କିଛି ସଙ୍ଗୀନ ଅଭିଯୋଗ ତାଙ୍କ ନାଁରେ ଉଠାଇଛନ୍ତି । ମାତ୍ର ସମୟ କହିବ କିଏ ସତ କହୁଛି । ଘଟଣାର ତଦନ୍ତ ହେଲେ ଜଣାପଡ଼ିବ ପ୍ରକୃତ ସତ୍ୟ କ’ଣ ।