ନୂଆଲୋକଙ୍କୁ ନେତୃତ୍ୱ ଦେଲେ ଭାଗ ହୋଇଯିବ ବିଜେଡି : ଭୂପିନ୍ଦର

ନୂଆଲୋକଙ୍କୁ ନେତୃତ୍ୱ ଦେଲେ ଭାଗ ହୋଇଯିବ ବିଜେଡି : ଭୂପିନ୍ଦର

ଭୁବନେଶ୍ବର,୨୫/୧୨ : ଆସନ୍ତାକାଲି ବିଜେଡିର ପ୍ରତିଷ୍ଠା ଦିବସ । ଏହା ପୂର୍ବରୁ ବରିଷ୍ଠ ନେତା ଭୂପିନ୍ଦର ସିଂହ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ, ନୂଆଲୋକଙ୍କୁ ଆଣି ନେତୃତ୍ୱ ଦେଲେ ଭାଗ ହୋଇଯିବ ବିଜେଡି । ନବୀନ ବାବୁଙ୍କୁ ଛାଡ଼ି ବିଜେଡି ରହିପାରିବ ନାହିଁ । ୩ରୁ ୪ ଜଣଙ୍କୁ ନେଇ ଦଳ ପରିଚାଳନା ବନ୍ଦ ହେଉ । ଦଳ ଗୋଟିଏ ଟିମ୍‌ ଭାବେ କାମ କରୁ ବୋଲି ଭୂପିନ୍ଦର ମତ ରଖିଛନ୍ତି । 

ଅଣାଯାଉଥିବା ବ୍ୟକ୍ତିଙ୍କ ପାଇଁ ଦଳର ବଡ଼ କ୍ଷତି ହୋଇଛି । ଦଳରେ ସମସ୍ତେ ଆସିପାରିବେ, କିନ୍ତୁ ଯିଏ ଆସିବ ସେ ପ୍ରଥମେ କାମ କରିବେ ବୋଲି କହିଛନ୍ତି ।