ସାଉଦୀ ଗସ୍ତ ଅଧାରୁ ଭାରତ ଫେରି ଆସିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୩/ ୪ :: ପହଲଗାମରେ ପର୍ଯ୍ୟଟକଙ୍କ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ସାରା ବିଶ୍ବ ନିନ୍ଦା କରିଛି । ଏଥିରେ ମୋଟ ୨୬ଜଣ ପ୍ରାଣ ହରାଇଥିବା ବେଳେ ହୃଦୟ ବିଦାରକ ଦୃଶ୍ୟ ସମସ୍ତଙ୍କୁ ଚକିତ କରିଦେଇଛି । ତେବେ ଏହି ଘଟଣାକୁ ଭାରତ ମଧ୍ୟ ଅତି ଗମ୍ଭୀରତାର ସହ ନେଇଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ସାଉଦି ଆରବ ଗସ୍ତକୁ ମଝିରେ ବାତିଲ କରି ଭାରତ ଫେରିବାକୁ ନିଷ୍ପତ୍ତି ନେଇଛନ୍ତି । ସେ ଆଜି ଭାରତ ଫେରି ଆସିଛନ୍ତି ।
ତେବେ ଆଜି ଦିଲ୍ଲୀରେ ସୁରକ୍ଷା ସମ୍ପର୍କିତ କ୍ୟାବିନେଟ କମିଟି (CCS)ର ଏକ ବୈଠକ ବସିବ । ଏହି ବୈଠକ ପ୍ରଧାନମନ୍ତ୍ରୀ ଡାକିଥିବା ବେଳେ ଏଥିରେ ଆତଙ୍କବାଦୀ ଆକ୍ରମଣରୁ ସୃଷ୍ଟି ହୋଇଥିବା ପରିସ୍ଥିତି ଉପରେ ଆଲୋଚନା କରାଯିବ ।