ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ମୁଖ୍ୟମନ୍ତ୍ରୀଙ୍କ ଦୃଢ ନିନ୍ଦା

ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ମୁଖ୍ୟମନ୍ତ୍ରୀଙ୍କ ଦୃଢ ନିନ୍ଦା

ଭୁବନେଶ୍ୱର/ଶ୍ରୀନଗର,୨୩/୪: ଜମ୍ମୁ-କାଶ୍ମୀରରେ ମଙ୍ଗଳବାର ଏକ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ଏଥର ସେନା ନୁହନ୍ତି ବଳି ପଡ଼ିଛନ୍ତି ସାଧାରଣ ପର୍ଯ୍ୟଟକ । ବର୍ତ୍ତମାନ ସୁଦ୍ଧା ୨୬ ପର୍ଯ୍ୟଟଙ୍କର ମୃତ୍ୟୁ ହୋଇସାରିଛି । ୧୨ ଜଣ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଜଣେ ଓଡ଼ିଆ ପର୍ଯ୍ୟଟକ ମଧ୍ୟ ଅଛନ୍ତି । ସେ ବାଲେଶ୍ୱରର ପ୍ରଶାନ୍ତ ଶତପଥୀ । ମୃତ ପ୍ରଶାନ୍ତ ତାଙ୍କ ସ୍ତ୍ରୀ ଏବଂ ୮ ବର୍ଷର ପୁଅ ସହ ପହଲଗାମ ବୁଲିବାକୁ ଯାଇଥିଲେ । ଏହି ସମୟରେ ଆତଙ୍କବାଦୀମାନେ ଅତର୍କିତ ଗୁଳି ବର୍ଷଣ କରିଥିଲେ । ଏଥିରେ ପ୍ରଶାନ୍ତଙ୍କ ମୃତ୍ୟୁ ଘଟିଛି ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଘଟଣାର ଦୃଢ ନିନ୍ଦା କରିବା ସହିତ ମୃତ ପର୍ଯ୍ୟଟକମାନଙ୍କ ପାଇଁ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଆଜି ଏକ ଜଘନ୍ୟ ଓ ବର୍ବର କାଣ୍ଡ ଘଟାଇ ଉଗ୍ରପନ୍ଥୀମାନେ କାଶ୍ମୀରର ପହଲଗାମଠାରେ ନିରୀହ ପର୍ଯ୍ୟଟକମାନଙ୍କୁ ହତ୍ୟା କରିଛନ୍ତି ମୁଖ୍ୟମନ୍ତ୍ରୀ କହିଛନ୍ତି।