ଯୁବ ଅଭିନେତା ସୋହମ ସିଂଙ୍କୁ ହୃଦଘାତ, ଆଇସିୟୁରେ ଭର୍ତ୍ତି

ଭୁବନେଶ୍ବର, ୧୯/୨ : ଜିଟିପିଏଲ ହାତୱେ (ଡିଜିଟାଲ୍ ଟିଭି ଇଣ୍ଟରନେଟ୍) ପ୍ୟାନ୍ ଇଣ୍ଡିଆ ବିତରକ, ଓଡିଆ ସିନେମାର ଯୁବ ପ୍ରଯୋଜକ, ଅଭିନେତା, ଗାୟକ ସୋହମ ସିଂଙ୍କର ହୃଦଘାତ ହୋଇଥିବା ବେଳେ ସେ ଏବେ ମନିପାଲ ହସ୍ପିଟାଲରେ ଆଇସିୟୁରେ ଚିକିତ୍ସାଧୀନ ଅଛନ୍ତି ଏବଂ ସୁରକ୍ଷିତ ଅଛନ୍ତି ବୋଲି ଜଣାପଡିଛି l ତାଙ୍କ ସିନେମା ଅଜାତଶତ୍ରୁ, ଆଇ ଲଭ ୟୁ ପ୍ରିୟା ଏବଂ ରାଉଡି ରାଜା ଖୁବ ଲୋକପ୍ରିୟତା ପାଇଥିଲା l ଆଗକୁ ଏକ ବଡ଼ ବଜେଟର ଆକ୍ସନ ସିନେମା ଆସୁଛି ଯାହାର ନାଁ ରଖିଛନ୍ତି ଆଲ୍ଲୀ ବଜରଙ୍ଗୱାଲି l
ବର୍ତ୍ତମାନ ତାଙ୍କର ହାର୍ଟ ଟୁ ହାର୍ଟ ତରଙ୍ଗ ଟିଭିରେ ଗୋଟିଏ ଅଧ୍ୟାୟ ଚାଲିଛି ଏବଂ ଲୋକପ୍ରିୟତା ସାଉଣ୍ଟୁଛି l ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣେ ଚର୍ଚ୍ଚିତ ଚେହେରା l ତାଙ୍କ ପ୍ରଯୋଜନାରେ ଅନେକ କଳାକାର, ଟେକ୍ନିସିଆନ କାମ କରି ନିଜ ପରିବାର ପୋଷଣ କରନ୍ତି l ସେ ଖୁବଶୀଘ୍ର ସୁସ୍ଥ ହୋଇ ଇଣ୍ଡଷ୍ଟ୍ରିରେ ପାଦ ରଖନ୍ତୁ ଏଥି ପାଇଁ ଓଲିଉଡ଼ର ସମସ୍ତେ ପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା ଜଣାଇଛନ୍ତି l