ମଲ୍ୟାଶୁଣୀଙ୍କ ସପ୍ତଶତୀ ଚଣ୍ଡୀ ମହାଯଜ୍ଞ ଉଦଯାପିତ , "ଯୁବ କଳାକାରଙ୍କ ଅଭିନୟରେ ଦର୍ଶକ ବିଭୋର"

ମଲ୍ୟାଶୁଣୀଙ୍କ ସପ୍ତଶତୀ ଚଣ୍ଡୀ ମହାଯଜ୍ଞ ଉଦଯାପିତ , "ଯୁବ କଳାକାରଙ୍କ ଅଭିନୟରେ ଦର୍ଶକ ବିଭୋର"

ବଡଚଣା (ସୁଧାଂଶୁ ପରିଡ଼ା) : ଯାଜପୁର ଜିଲ୍ଲା ବଡଚଣା ବ୍ଲକ ଅନ୍ତର୍ଗତ କୁନ୍ଦଳ ପଂଚାୟତ ଗରଗାଲି ଗ୍ରାମର ଗ୍ରାମ ଦେବତୀ ମା' ମଲ୍ୟାଶୁଣୀଙ୍କ ତ୍ରିତ୍ରିଂଶତମ ବାର୍ଷିକ ଚଣ୍ଡୀ ମହାଯଜ୍ଞ ଖୁବ ଆଡମ୍ବର ସହକାରେ ପାଳିତ ହୋଇଯାଇଛି l ଏହି ଯଜ୍ଞ ଏପ୍ରିଲ ୩,୪,୫ ଓ ୬ତାରିଖରେ ଅନୁଷ୍ଠିତ ହୋଇଯାଇଛି l ୩ ତାରିଖ ଦିନ ଶତାଧିକ ଶ୍ରଦ୍ଧାଳୁଙ୍କ ଦ୍ୱାରା କଳସ ବୁଡା କାର୍ଯ୍ୟକ୍ରମ କରାଯାଇଥିଲା l 

ପରେ ମା’ଙ୍କ ନିକଟରେ ସକାଳୁ ପ୍ରଥମେ ସୂର୍ଯ୍ୟ ପୂଜା, ଗୋ ପୂଜା କରାଯିବା ପରେ ଯଜ୍ଞ କୁଣ୍ଡରେ ଅଗ୍ନି ସ୍ଥାପନା କରଯାଇଥିଲା l ୪,୫,୬ ତିନିଦିନ ପଣ୍ଡିତ ମାନଙ୍କ ଦ୍ବାରା ଯଜ୍ଞ କରାଯାଇଥିଲା l ଏଇ ଯଜ୍ଞରେ କର୍ତ୍ତା ଭାବେ ଗରଗାଲି ଗ୍ରାମର ଡ଼. ସୁଧୀର ଚନ୍ଦ୍ର ସାମଲ ତାଙ୍କ ପତ୍ନୀ ପ୍ରତିମା ସାମଲ ଯଜ୍ଞ ମଣ୍ଡପରେ ବସି ଆହୁତି ପ୍ରଦାନ କରିଥିଲେ l ପ୍ରତ୍ୟେକ ଦିନ ସନ୍ଧ୍ୟାରେ ଭଜନ କୀର୍ତ୍ତନ କାର୍ଯ୍ୟକ୍ରମ ହେବା ସଙ୍ଗେ ସଙ୍ଗେ ଭକ୍ତଙ୍କ ଲାଗି ପ୍ରତ୍ୟେକ ଦିନ ଆନନ୍ଦ ବଜାର କରାଯାଇଥିଲା l

୫ ଓ ୬ ତାରିଖ ଦିନ ଗ୍ରାମର ଯୁବ କଳାକାର ସିଲୁ, ବବୁ, ଡୋରା, ଭବାନୀ, ବାପିନା, ଲାପୁ, ଟୁକୁନା, ବାବୁଲି, ବାଟୁଆ, ମିଟୁ, ଅଜୟ, ଶିବାନୀ ସିଲୁ ଓ ତ୍ରିଲୋଚନମାନଙ୍କ ଦ୍ବାରା ଦୁଇ ରାତ୍ର ବ୍ୟାପୀ ନାଟକ 'ଅକୁହା କାହାଣୀ ଶୁଣିବ କିଏ' ଓ 'ଜୁଇରେ ଜଳୁଛି ଜୀଅନ୍ତା ଶବ' ମଞ୍ଚସ୍ଥ କରାଯାଇଥିଲା l ହଜାର ହଜାର ଭକ୍ତଙ୍କ ଗହଳି ସବୁଦିନ ଲାଗି ରହିଥିଲା l ଗରଗାଲି ଗ୍ରାମବାସୀ ବୃନ୍ଦ ପକ୍ଷରୁ ଏଇ କାର୍ଯ୍ୟକ୍ରମ ସୁରୁଖୁରୁରେ ସୂଚାରୁ ରୂପେ ସଂପନ୍ନ ହୋଇଥିଲା l