‘ବାଇକ ପ୍ରେମୀ ଯୁବକ ସଙ୍ଗଠନ’ ତରଫରୁ ବିଶ୍ୱ ମୋଟର ସାଇକେଲ ଦିବସ ପାଳିତ

‘ବାଇକ ପ୍ରେମୀ ଯୁବକ ସଙ୍ଗଠନ’ ତରଫରୁ ବିଶ୍ୱ ମୋଟର ସାଇକେଲ ଦିବସ ପାଳିତ

ଭୁବନେଶ୍ୱର,୨୧/୬ : ଆଜି ଧଉଳିଠାରେ ‘ବାଇକ ପ୍ରେମୀ ଯୁବକ ସଙ୍ଗଠନ’ ତରଫରୁ ବିଶ୍ୱ ମୋଟର ସାଇକେଲ ଦିବସ ପାଳନ ହୋଇଯାଇଛି । ସଙ୍ଗଠନର ଯୁବକମାନେ ନିଜ ନିଜ ବାଇକ ଧରି ପାହାଳଠାରୁ ସକାଳ ୮ଟାରେ ବାହାରି ଧଉଳି ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ଯାତ୍ରା କରିଥିଲେ । ସମସ୍ତେ ନିଜେ ହେଲମେଟ୍ ପିନ୍ଧିବା ସହ ଅନ୍ୟମାନଙ୍କୁ ହେଲମେଟ୍ ପିନ୍ଧିବା ପାଇଁ ପରାମର୍ଶ ଦେବା ସହ ମଦ୍ୟପାନ କରି ଗାଡି ନଚଳାଇବା ପାଇଁ ସଚେତନତା ବାର୍ତା ପ୍ରଦାନ କରିଥିଲେ । ସମସ୍ତେ ଏକତ୍ର ହୋଇ ଧଉଳିରେ କେକ୍ କାଟି ଖୁସି ମନାଇବା ସହ ବିଶ୍ୱ ମୋଟର ସାଇକେଲ ଦିବସ ପାଳନ କରିଥିଲେ । କହିରଖୁଛୁ ପ୍ରତିବର୍ଷ ଜୁନ୍ ୨୧ ତାରିଖକୁ ବିଶ୍ୱ ମୋଟର ସାଇକେଲ ଦିବସ ଭାବେ ପାଳନ କରାଯାଏ । ଦେଶ ବିଦେଶରେ ଅନେକ ସଙ୍ଗଠନ ପକ୍ଷରୁ ଏହି ଦିବସ ପାଳନ କରାଯାଏ ।

ବାଇକ ପ୍ରେମୀମାନେ ଏହି ଦିନ ବାଇକ ଧରି ଅନେକ ପର୍ୟ୍ୟଟନ ସ୍ଥାନ ତଥା ପିକନିକ୍ ସ୍ପଟକୁ ଯାତ୍ରା କରିଥାନ୍ତି । ଭବିଷ୍ୟତରେ ଆଗକୁ ମଧ୍ୟ ଏହି ପ୍ରୟାସ ଜାରି ରଖିବା କିଛି ଭିନ୍ନ କରିବା ନେଇ ଆବାହକ ଦିଲ୍ଲୀପ କୁମାର ଷଡଙ୍ଗୀ ମତ ପ୍ରକାଶ କରିଛନ୍ତି । ସଙ୍ଗଠନର ମୁଖ୍ୟ ଦିଲ୍ଲୀପ ଷଡଙ୍ଗୀ, ବ୍ରହ୍ମାନନ୍ଦ ବେହେରା, ଦିଲୀପ କୁମାର ସାହୁ, ବିଶ୍ୱନାଥ ବେହେରା, ପ୍ରଜ୍ଞାସୁ ମହାପାତ୍ର, ମନୋଜ ବେହେରା, ଗୁରୁପଦ ନାଥ, ସଞ୍ଜୀବ ବାହାଦୁର, ସନ୍ତୋଷ ସାହୁ, ନିରଞ୍ଜନ ସାହୁ, ସେଉଲ ସାଗର ରାଉତ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।