ଫୁଟବଲ ଟୁର୍ଣ୍ଣାମେଣ୍ଟ : ଯୁବକମାନଙ୍କ ଦ୍ୱାରା ଲିଙ୍ଗଗତ ପ୍ରତିବନ୍ଧକ ଦୂର କରିବା ନିମନ୍ତେ ଏକ ଅଭିନବ ପ୍ରୟାସ

ଫୁଟବଲ ଟୁର୍ଣ୍ଣାମେଣ୍ଟ :  ଯୁବକମାନଙ୍କ ଦ୍ୱାରା ଲିଙ୍ଗଗତ ପ୍ରତିବନ୍ଧକ ଦୂର କରିବା ନିମନ୍ତେ ଏକ ଅଭିନବ ପ୍ରୟାସ

ରାଉରକେଲା,୮/୧୧ : ସ୍ଥାନୀୟ ସେକ୍ଟର-୨ ଖେଳ ପଡିଆଠାରେ ଏକ ନିଆରା ଫୁଟବଲ ମ୍ୟାଚ୍ “ସମତା କପ୍-୨୦୨୪” ଅନୁଷ୍ଠିତ ହୋଇଯାଇଛି । ଟୁର୍ଣ୍ଣାମେଣ୍ଟର ଦ୍ବିତୀୟ କ୍ବାଲିଫାୟ ମ୍ୟାଚରେ ବିବିସି ରାଉରକେଲା ଓ WYC ସୁନ୍ଦରଗଡ଼ ପରସ୍ପରକୁ ଭେଟିଥିଲେ। ଏହି ମ୍ୟାଚରେ ଉଭୟ ପୁଅ ଓ ଝିଅ ଖେଳାଳୀ ସାମିଲ୍ ହୋଇ ସମାନତାର ବାର୍ତ୍ତା ଦେଇଥିଲେ । ବର୍ତ୍ତମାନ ସମାଜରେ ଦେଖା ଦେଉଥିବା ଲିଙ୍ଗଗତ ଭେଦଭାବକୁ ଦୂର କରିବାକୁ ନେଇ ଜନ ଜାଗରଣ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏପରି ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ କରାଯାଇଛି । ଲିଙ୍ଗଗତ ଭେଦଭାବରୁ କେବଳ ଝିଅ ନୁହେଁ; ପୁଅ ମାନେ ମଧ୍ୟ ବିଭିନ୍ନ କ୍ଷେତ୍ରରେ ପ୍ରଭାବିତ ହେଉଛନ୍ତି । ଏହି ପ୍ରକ୍ରିୟାରେ କେବଳ ବ୍ୟକ୍ତିଗତ ଚିନ୍ତାଧାରାରେ ପରିବର୍ତ୍ତନ ଆଣିଲେ ଯେ ସମାନତା ଆସିବ ତାହା ନୁହେଁ; ବରଂ ବ୍ୟାବହାରିକ ପରିବର୍ତ୍ତନ, ସାମାଜିକ ଚାଲିଚଳଣରେ ପରିବର୍ତ୍ତନ ଓ ନୂତନ ଉଦାହରଣ ଦ୍ବାରା ହିଁ ଲିଙ୍ଗଗତ ସମାନତାର ଗତିକୁ ତ୍ବରାନ୍ବିତ କରିହେବ। ଏହି ଉଦ୍ଦେଶ୍ୟରେ “ପତଙ୍ଗ” ସ୍ଵେଚ୍ଛାସେବୀ ଅନୁଷ୍ଠାନ ଦ୍ବାରା ସମତା କପ-୨ ର ଆୟୋଜନ କରାଯାଇଛି ।

ଆଜି ମ୍ୟାଚ୍‌ରେ ଉଭୟ ଦଳ ସମୟ ସୀମା ମଧ୍ୟରେ ଖେଳି ୨-୧ ଗୋଲ୍‌ରେ ବିବିସି ରାଉରକେଲା “ସମତା କପ୍-୨୦୨୪ ” ର ଦିତୀୟ ଲିଗ ମ୍ୟାଚରେ ବିଜୟୀ ହୋଇଛନ୍ତି । ଉକ୍ତ ମ୍ୟାଚ୍‌ରେ ମୁଖ୍ୟ ଅତିଥି ଭାବେ ଡିସୋଜା ସ୍କୁଲର ଚେୟାରମ୍ଯାନ ଆଲେକ୍ସ ଜେଣ୍ଡର ଏବଂ ସମ୍ମାନିତ ଅତିଥ୍ ଭାବେ ଜେନରେଲ ମ୍ଯାନେଜର ସିଦ୍ଧାର୍ଥ ରଥ ଯୋଗ ଦେଇଥିଲେ । ‘ପତଙ୍ଗ’ର ଆଞ୍ଜନ ପଧାନ, ସୁନିଲ ମୁଣ୍ଡ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଓ ଫୁଟବଲ କୋଚ ନରେନ୍ଦ୍ର ସୁନାଙ୍କ ତତ୍ତ୍ବାବଧାନରେ ସଫଳତାର ସହିତ ଆଜିର ଖେଳ ଆୟୋଜନ ହୋଇଥିଲା । କାର୍ଯ୍ୟକ୍ରମକୁ ସଫଳ କରିବାରେ ରୋହିଣୀ ନିଲେକାନୀ, ଫିଲାନଥ୍ରୋପିଷ୍ଟ ଏସ୍.କେ.ଏନ୍. ଓ କେ. ଏନ୍.ଏଚ୍. ସହଯୋଗ କରିଥିଲେ ।