‘ଆଇପିଏଲ୍ର ପ୍ରଦର୍ଶନରୁ ଟି-୨୦ ବିଶ୍ବକପ ଟିମ୍ ବାଛିପାରିବା ନାହିଁ… ’ ବିସିସିଆଇ ସଚିବ ଜୟ ଶାହ ଏଭଳି କାହିଁକି କହିଲେ ?

ନୂଆଦିଲ୍ଲୀ, ୧୭/୫ : ଭାରତୀୟ କ୍ରିକେଟ କଣ୍ଟେ୍ରାଲ ବୋର୍ଡ଼ର ସଚିବ ଜୟ ଶାହ ଏକ ସାକ୍ଷାତକାରରେ କହିଛନ୍ତି କି କେବଳ ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ) ୨୦୨୪ ପ୍ରଦର୍ଶନ ଆଧାରରେ ଟି-୨୦ ବିଶ୍ବକପ ଲାଗି ଭାରତୀୟ ଟିମ୍ ଚୟନ କରାଯାଇପାରିବ ନାହିଁ ।
ଭାରତୀୟ କ୍ରିକେଟ ଟିମର ଯେତେବେଳେ ଟି-୨୦ ବିଶ୍ବକପ ୨୦୨୪ ଲାଗି ଘୋଷଣା ହେଲା ତ କେତେକ ଏଭଳି ଖେଳାଳୀଙ୍କୁ ସ୍ଥାନ ମିଳିଛି ଯାହାଙ୍କ ଆଇପିଏଲରେ ପ୍ରଦର୍ଶନ ଭଲ ରହି ନାହିଁ । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସମେତ କେତେକ ଏଭଳି ଖେଳାଳୀଙ୍କୁ ଟିମ୍ ଇଣ୍ଡିଆରେ ସାମିଲ କରାଯାଇଛି ଯାହାଙ୍କ ଆଇପିଏଲରେ ପ୍ରଦର୍ଶନ ବହୁତ ଖରାପ ରହିଛି । ଏହି କଥାକୁ ନେଇ ଜୟ ଶାହ ଜବାବ ଦେଇଛନ୍ତି ।
ସେ ଏହା କହିଛନ୍ତି କି କୋଭିଡ-୧୯ ମଧ୍ୟରେ ୟୁଏଇରେ ୨୦୨୦ଆଇପିଏଲର ଆୟୋଜନ କରିବା ତାଙ୍କର ବଡ଼ ଉପଲବ୍ଧି ରହିଛି । ସେ ଏହା ବି ଆଶା ବ୍ୟକ୍ତ କରିଛନ୍ତି କି ଭାରତୀୟ କ୍ରିକେଟ ଟିମ୍ ଦିନିକିଆ ବିଶ୍ବକପ ୨୦୨୩ରେ ଫାଇନାଲରେ ପରାଜୟ ପରେ ୨୦୨୪ଟି-୨୦ବିଶ୍ବକପ ଜିତିବ ।
ଜୟ ଶାହ ଏହି ସାକ୍ଷାତକାରରେ ନିଜ ଉପଲବ୍ଧି ଏବଂ ଟି-୨୦ବିଶ୍ବକପ ଲାଗି ଚୟନ କରାଯାଇଥିବା ଭାରତୀୟ ଟିମକୁ ନେଇ ବି କଥା ହୋଇଛନ୍ତି । ଜୟ ଶାହ କହିଛନ୍ତି କି ‘ସିଲେକ୍ଟର୍ସ କେବଳ ଆଇପିଏଲ ପ୍ରଦର୍ଶନ ଆଧାରରେ ଚୟନ କରିପାରିବେ ନାହିଁ, କାରଣ ବିଦେଶରେ ଖେଳିବାର ଖେଳାଳୀଙ୍କ ଅନୁଭବ ବି ଜରୁରୀ ‘। ଆଇପିଏଲରେ ଲାଗୁ ଇମ୍ପେକ୍ଟ ପ୍ଲେୟର ନିୟମକୁ ନେଇ ବି ଜୟ ଶାହଙ୍କୁ ଏଥିରେ ପ୍ରଶ୍ନ କରାଯାଇଥିଲା । ଏହା ଉପରେ ଶାହ କହିଛନ୍ତି କି , ଏହା ଟେଷ୍ଟ କେଶ ଅଟେ । ଆମେ ଖେଳାଳୀ, ଫ୍ରାଞ୍ଚାଇଜ ଏବଂ ସମସ୍ତ ସମ୍ବନ୍ଧିତ ଲୋକଙ୍କ ସହ ଏହି ବିଷୟରେ କଥା ହେଉଛୁ । ମୋତେ ଲାଗୁଛି କି ଏହାଦ୍ବାରା ମ୍ୟାଚ୍ ଅଧିକ ରୋମାଞ୍ଚକର ହେଉଛି । ସେହିଭଳି ଏହାଫଳରେ ଅଧିକ ଭାରତୀୟ ଖେଳାଳୀଙ୍କୁ ସୁଯୋଗ ମିଳୁଛି । ଯଦି ବିଚାର- ବିମର୍ଶ ପରେ ଏହା ଉପରେ ଅସନ୍ତୋଷ ସାମ୍ନାକୁ ଆସୁଛି ତ ଏହାକୁ ଆମେ ପରିବର୍ତ୍ତନ କରିଦେବୁ।