ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା ; କେଏଲ ରାହୁଲ ହେଲେ ଅଧିନାୟକ

ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା ; କେଏଲ ରାହୁଲ ହେଲେ ଅଧିନାୟକ

ନୂଆଦିଲ୍ଲୀ,୨୩/୧୧ : କେଏଲ୍ ରାହୁଲ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜରେ ଭାରତୀୟ ଟିମର ଅଧିନାୟକତ୍ବ କରିବେ । ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ ପାଇଁ ବିସିସିଆଇ ୧୫ ଜଣିଆ ଦଳ ଘୋଷଣା କରିଛି। ଶୁଭମନ ଗିଲଙ୍କ ବେକରେ ଆଘାତ ଲାଗିବାରୁ ସେ ସୁସ୍ଥ ହୋଇନାହାଁନ୍ତି । ଏଥିଲାଗି ଏହି ଦଳରେ ସେ ସାମିଲ ନାହାନ୍ତି । ଅଷ୍ଟ୍ରେଲିଆ ବିପକ୍ଷରେ ଦିନିକିଆ ସିରିଜରୁ ବଞ୍ଚିତ ରବିନ୍ଦ୍ର ଜାଡେଜା ୫୦ଓଭର ଫର୍ମାଟକୁ ପୁଣି ଥରେ ଫେରିଛନ୍ତି।

ଭାରତୀୟ ଦଳ : ରୋହିତ ଶର୍ମା, ବିରାଟ କୋହଲି , ଯଶସ୍ବୀ ଜୟସଓ୍ବାଲ, ତିଲକ ବର୍ମା, କେଏଲ୍ ରାହୁଲ, ଋଷଭ ପନ୍ତ, ୱାଶିଂଟନ୍ ସୁନ୍ଦର, ରବିନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ନୀତୀଶ କୁମାର ରେଡ୍ଡୀ, ଋତୁରାଜ ଗାୟକୱାଡ଼, ହର୍ଷିତ ରାଣା, ଧ୍ରୁବ ଜୁରେଲ, ପ୍ରସିଦ୍ଧ କୃଷ୍ଣା, ଅର୍ଶଦୀପ ସିଂହ ।