ଟି -୨0 ବିଶ୍ୱକପ ଲାଗି ଦକ୍ଷିଣ ଆଫ୍ରିକାର ଜର୍ସି ଉନ୍ମୋଚିତ

କେପ୍ ଟାଉନ,୩0/୪: ଆଗାମୀ ଟି-୨୦ ବିଶ୍ବକପ୍ ଲାଗି ଦକ୍ଷିଣ ଆଫ୍ରିକା ତା’ର ନୂଆ ଜର୍ସି ଉନ୍ମୋଚନ କରିଛି। ଜର୍ସିର ରଙ୍ଗ ହଳଦିଆ ରହିଥିଲା ବେଳେ ଏହାର କାନ୍ଧରେ ଦେଶର ଜାତୀୟ ପତାକା ରହିଛି। ଦକ୍ଷିଣ ଆଫ୍ରିକାର ଜାତୀୟ ଫୁଲ ‘କିଙ୍ଗ ପ୍ରୋଟିଆ’ ସାର୍ଟରେ ଭଲ ଭାବେ ପ୍ରଦର୍ଶିତ ହୋଇଛି। ଟ୍ବେଣ୍ଟି-୨୦ ବିଶ୍ବକପ୍ ଜୁନ୍ ୨ରୁ ୱେଷ୍ଟ୍ଇଣ୍ଡିଜ୍ ଓ ଆମେରିକାରେ ଖେଳାଯିବ। ଗତ ବିଶ୍ବକପ୍ରେ ଦକ୍ଷିଣ ଆଫ୍ରିକା ସେମିଫାଇନାଲ୍କୁ ଯୋଗ୍ୟତା ଅର୍ଜନ କରିବାରେ ବିଫଳ ହୋଇଥିଲା। ଆଗାମୀ ସଂସ୍କରଣରେ ଦଳ ବାଂଲାଦେଶ, ଶ୍ରୀଲଙ୍କା, ନେଦରଲାଣ୍ଡ୍ସ ଓ ନେପାଳ ସହ ଗ୍ରୁପ୍-ଡି’ରେ ରହିଛି। ଜୁନ୍ ୩ରେ ଶ୍ରୀଲଙ୍କା ବିପକ୍ଷରେ ଖେଳି ଦକ୍ଷିଣ ଆଫ୍ରିକା ଅଭିଯାନ ଆରମ୍ଭ କରିବ।