କାଲିଠୁ ଦେଶରେ ଜିଏସଟି ବଚତ୍ ଉତ୍ସବ : ମୋଦୀ
ନୂଆଦିଲ୍ଲୀ,୨୧/୯ : କାଲିଠୁ ଦେଶ ପାଳନ କରିବାକୁ ଯାଉଛି ଏଝଞ ସଂସ୍କାର ଉତ୍ସବ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଦେଶବାସୀଙ୍କୁ ଉଦବୋଧନ ଦେଇ କହିଛନ୍ତି, ଏଣିକି ବିଦେଶୀ ସାମଗ୍ରୀ କ୍ରୟ କରିବାଠୁ ଆମକୁ ମୁକ୍ତି ମିଳିବ । ସମୟ ବଦଳିବା ସହ ଆବଶ୍ୟକତା ବଦଳିଛି । ସବୁ ଘରକୁ ସ୍ବଦେଶୀ ଯୁକ୍ତ କରାଇବାକୁ ପଡ଼ିବ । ଏଥିରେ ଗରିବ ଓ ମଧ୍ୟମ ବର୍ଗର ଲୋକେ ଉପକୃତ ହେବେ । ପରବର୍ତ୍ତି ପୀଢ଼ୀର ସଂସ୍କାର ମଧ୍ୟ ସମରୂପେ ଆବଶ୍ୟକ । ଗୋଟିଏ ଦେଶ ଗୋଟିଏ ଟିକସ ବ୍ୟବସ୍ଥା ଆପଣାଯାଇଛି ।
୧୨ ଲକ୍ଷ ଟଙ୍କା ପରୟୟ୍ ନ୍ତ ଆୟକୁ ଟିକସମୁକ୍ତ ମଧ୍ୟରେ ରଖାଯାଇଛି । ଆଜି ସବୁ ରାଜ୍ୟକୁ ସାଥିରେ ନେଇ ଜିଏସଟି ସଂସ୍କାର ସମ୍ଭବ ହୋଇଛି । ଖାଦ୍ୟ ସାମଗ୍ରୀ, ଔଷଧ, ସାବୁନ ଆଦି ବିଭିନ୍ନ ଜରୁରୀ ସାମଗ୍ରୀ ଉପରେ ମାତ୍ର ୫% ଟିକସ ରହିବ । ଏହାର ଅର୍ଥ ଦୈନନ୍ଦିନ ବ୍ୟବହୃତ ସାମଗ୍ରୀ ଅଧିକ ସସ୍ତା ହେବ । ଗତ ୧୧ ବର୍ଷ ମଧ୍ୟରେ ୨୫ କୋଟି ଲୋକ ଗରିବୀରୁ ମୁକ୍ତି ପାଇଛନ୍ତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

Editor 


