କଳ କାରଖାନାର ଫ୍ଲାଇ ଆସ ପରିଚାଳନା ନେଇ ରାଜସ୍ବ ମନ୍ତ୍ରୀଙ୍କ ୪ ଜିଲ୍ଲାର ଜିଲ୍ଲାପାଳ ଓ ବିଧାୟକଙ୍କ ସହ ଗୁରୁତ୍ୱପୂର୍ଣ ବୈଠକ

କଳ କାରଖାନାର ଫ୍ଲାଇ ଆସ ପରିଚାଳନା ନେଇ ରାଜସ୍ବ ମନ୍ତ୍ରୀଙ୍କ ୪ ଜିଲ୍ଲାର ଜିଲ୍ଲାପାଳ ଓ ବିଧାୟକଙ୍କ ସହ ଗୁରୁତ୍ୱପୂର୍ଣ ବୈଠକ

ସମ୍ବଲପୁର ପ୍ରତିନିଧି (ଅଭ୍ୟର୍ଥନା ରଣା),୧୦/୧୧ : ସମ୍ବଲପୁର ଆରଡିସିଙ୍କ କାର୍ଯ୍ୟାଳୟରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ଼, ଅନୁଗୁଳ ଜିଲ୍ଲାର ଶିଳ୍ପ ଅନୁଷ୍ଠାନ ଗୁଡ଼ିକରୁ ନିର୍ଗତ ଫ୍ଲାଇଆସ ପରିଚାଳନା ନେଇ ଏକ ଗୁରୁତ୍ୱପୂର୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକ ରେ ପଂଚାୟତିରାଜ ମନ୍ତ୍ରୀ ରବି ନାଏକ ଙ୍କ ସହ ଉତ୍ତରାଞ୍ଚଳ ଆରଡିସି,ଏହି ୪ଟି ଜିଲ୍ଲା ର ବିଧାୟକ, ଜିଲ୍ଲାପାଳ ଓ ଏସପି, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧିକାରୀ, ଶିଳ୍ପ ଅନୁଷ୍ଠାନ ଗୁଡିକର ପ୍ରମୁଖ ଅଧିକାରୀ ପ୍ରମୁଖ ଉପସ୍ଥିତ ରହିଥିଲେ l ଏହି ବୈଠକ ରେ ଶିଳ୍ପ ଅନୁଷ୍ଠାନ ଗୁଡିକ ରୁ ନିର୍ଗତ ଫ୍ଲାଇଆସ ର ସଠିକ ପରିଚାଳନା ନେଇ କେତେକ ପ୍ରସ୍ତାବ ଗ୍ରହଣ କରାଯିବା ସହ ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଛି l

ଏହି ଗୁରୁତ୍ୱପୂର୍ଣ ବୈଠକ ପରେ ରାଜସ୍ବ ମନ୍ତ୍ରୀ ଗଣ ମାଧ୍ୟମ ଆଗରେ କହିଛନ୍ତି ଯେ ଏହି ଜିଲ୍ଲା ଗୁଡିକ ର ଶିଳ୍ପ ଅନୁଷ୍ଠାନ ଗୁଡ଼ିକରୁ ନିର୍ଗତ ପାଉଁଶ, ଧୂଆଁ ଓ ବର୍ଜ୍ୟବସ୍ତୁ ଏହି ଅଞ୍ଚଳର ବାୟୁ, ଜଳ କୁ ପ୍ରଦୂଷଣ କରୁଛି ବୋଲି ଆମେ ଉପନୀତ ହୋଇଛୁ l ଏଥିପାଇଁ ଏହାକୁ ରୋକିବା ପାଇଁ ଏହାର ପରିଚାଳନା ବ୍ୟବସ୍ଥା ର ନବୀକରଣ କରିବାର ଆବଶ୍ୟକତା ରହିଛି ବୋଲି ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି l ଏହି ସମସ୍ୟା ପାଇଁ ସେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ଜିଲ୍ଲାପାଳ ମାନଙ୍କ ମଧ୍ୟ ରେ ଭଲ ସମନ୍ମୟ ରହୁନାହିଁ ଯାହା ଫଳରେ ଆସଡ଼ମ୍ପିଂ ପାଇଁ ଯେଉଁ ସ୍ଥାନ ପାଇଁ ଅନୁମତି ଦିଆଯାଉଛି ସେନେଇ ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ ସୂଚନା ମିଳୁ ନ ଥିବା ସେ କହିଛନ୍ତି l ଏଭଳି ପରିସ୍ଥିତି ରେ ଆଜିର ବୈଠକ ରେ ଏହି ସମସ୍ୟା ର ସମାଧାନ ପାଇଁ ଏହି ୪ ଜିଲ୍ଲାର ବିଧାୟକମାନଙ୍କଠାରୁ ପ୍ରସ୍ତାବ ଗ୍ରହଣ କରାଯାଇଥିବା ବେଳେ ଆଗକୁ ମଧ୍ୟ ସାଂସଦ, ବିଧାୟକ ଓ ଜନ ପ୍ରତିନିଧି ଙ୍କ ଠାରୁ ପ୍ରସ୍ତାବ ଗ୍ରହଣ କରିବାକୁ ଉତ୍ତରାଞ୍ଚଳ ଆରଡିସିଙ୍କୁ ନିର୍ଦେଶ ଦିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି l ଏହାସହ ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ସମ୍ବଲପୁର ଆଇଆଇଏମ , ବୁର୍ଲା ଭିସୁଟ, ଭୀମସାର ମେଡିକାଲ କଲେଜ ଓ ସମ୍ବଲପୁର ବିଶ୍ୱ ବିଦ୍ୟାଳୟ ର ସହାୟତା ନିଆ ଯିବ ବୋଲି ମଧ୍ୟ ମନ୍ତ୍ରୀ କହିଛନ୍ତି l