ଅସହାୟ ବୃଦ୍ଧଙ୍କୁ ସାହାଯ୍ୟର ହାତ ବଢ଼ାଇଲା ସେବା ସ୍ବେଛାସେବୀ ସଂଗଠନ

ଅସହାୟ ବୃଦ୍ଧଙ୍କୁ ସାହାଯ୍ୟର ହାତ ବଢ଼ାଇଲା ସେବା ସ୍ବେଛାସେବୀ ସଂଗଠନ

ସମ୍ବଲପୁର ପ୍ରତିନିଧି (ଅଭ୍ୟର୍ଥନା ରଣା)୧୧/୧୧ : ଜଣେ ଅସହାୟ ବୃଦ୍ଧଙ୍କୁ ସମ୍ବଲପୁର ଗୋଲବଜାର ଛକରୁ ଉଦ୍ଧାର କରି ସମ୍ବଲପୁର ସରକାରୀ ମୁଖ୍ୟ ଚିକିତ୍ସାଳୟରେ ପହଂଚେଇଲେ ସମ୍ବଲପୁରର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ସେବା ସ୍ବେଛାସେବୀ ସଂଗଠନ l ସନ୍ଧ୍ୟା ସମୟରେ ନନ୍ଦା ମୋଦି ନାମକ ଜଣେ ବୃଦ୍ଧ ବୟଷ୍କ ବ୍ୟକ୍ତି ଅତି ଅସହାୟ ଓ ଅପରିଷ୍କାର ଅବସ୍ଥାରେ ଗୋଲବଜାର ମାଛ ମାର୍କେଟରେ ପଡି ରହିଥିଲେ l ତାଙ୍କର ଏଭଳି ଅବସ୍ଥା ଦେଖି ମଧ୍ୟ କୌଣସି ବ୍ୟକ୍ତି ତାଙ୍କୁ ସହାୟତା କରୁନଥିଲେ l

ତେବେ ଏହି ଖବର ସେବା ସ୍ବେଛାସେବୀ ଅନୁଷ୍ଠାନର ପ୍ରତିଷ୍ଠାତା ସମାଜସେବୀ ଛତ୍ରପତି ଦୀପକ ପାଣ୍ଡେଙ୍କ ପାଖକୁ ପହଂଚିବା ପରେ ସେ ନିଜ ଅନୁଷ୍ଠାନର ଉପଦେଷ୍ଟା ଆର୍ତବନ୍ଧୁ ଚାନ୍ଦ ଓ ମହିଳା ସଦସ୍ୟ ସାବିତ୍ରୀ ମେହେରଙ୍କୁ ଅସହାୟ ବୃଦ୍ଧଙ୍କ ସହାୟତା ପାଇଁ କହିଥିଲେ l

ଏହାପରେ ଉଭୟ ସ୍ବେଛାସେବୀ ଉକ୍ତ ବୃଦ୍ଧଙ୍କୁ ଉଦ୍ଧାର କରି ଏକ ଅଟୋରେ ତାଙ୍କୁ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ମେଡ଼ିସିନ ୱାର୍ଡରେ ଭର୍ତ୍ତି କରେଇଥିଲେ l ଏହି କାର୍ଯ୍ୟ ପାଇଁ ଏବେ ଉଭୟ ସମାଜସେବୀଙ୍କୁ ପ୍ରଶଂସାର ସୁଅ ଛୁଟୁଛି l