ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା ସ୍ଥଗିତ

ଭୁବନେଶ୍ୱର,୨୩/୧୦ : ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ଓଏଏସ(ଓଡ଼ିଶା ସିଭିଲ ସର୍ଭିସ) ପ୍ରିଲିମ ପରୀକ୍ଷା ସ୍ଥଗିତ । ପରୀକ୍ଷା ସ୍ଥଗିତ ନେଇ ଓପିଏସ୍ସି ପକ୍ଷରୁ ବୁଧବାର ସୂଚନା ଦିଆଯାଇଛି । ତେବେ ୭ଦିନ ମଧ୍ୟରେ ନୂଆ ପରୀକ୍ଷା ତାରିଖ ଆସିବ ବୋଲି ଓପିଏସ୍ସି କହିଛି ।
ସୂଚନା ଅନୁସାରେ, ଆସନ୍ତା ରବିବାର ଅର୍ଥାତ୍ ୨୭ତାରିଖରେ ପ୍ରିଲିମ ପରୀକ୍ଷା ହେବାର ଥିଲା। ହେଲେ ବାତ୍ୟାକୁ ଆଖି ଆଗରେ ରଖି ସ୍ଥଗିତ ରଖାଯାଇଛି ।