ଅଭିନେତା ସତୀଶ ଶାହାଙ୍କ ପରଲୋକ
ମୁମ୍ବାଇ,୨୫/୧୦ : ବଲିଉଡ଼ ଅଭିନେତା ସତୀଶ ଶାହାଙ୍କ ପରଲୋକ । ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ଶନିବାର ଅପରାହ୍ନରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।
‘ସରାଭାଇ ଠଗ୍ଦ ସରାଭାଇ’, ଜାନେ ଭି ଦୋ ୟାରୋ ଏବଂ ମୈ ହୁଁ ନା’ରେ ତାଙ୍କ ଦମ୍ଦାର ଅଭିନୟ ପାଇଁ ସେ ବେଶ୍ ଲୋକପ୍ରିୟତା ହାସଲ କରିଥିଲେ। ୧୦୦ରୁ ଅଧିକ ଫିଲ୍ମରେ ହାସ୍ୟାଭିନେତା ଭୂମିକାରେ ନଜର ଆସିଥିଲେ ସତୀଶ । ଏହି ୭୪ ବର୍ଷୀୟ ଭେଟେରାନ ଅଭିନେତା କିଡ୍ନୀ ଜନିତ ରୋଗ ସହିତ ସଂଘର୍ଷ କରୁଥିଲେ। ଏପରିକି ତାଙ୍କର କିଡ୍ନୀ ପ୍ରତିରୋପଣ ବି କରାଯାଇଥିଲା।

Editor 


