ସମ୍ବଲପୁରରେ ପଶ୍ଚିମ ଓଡ଼ିଶାର ୧୮ ଜିଲ୍ଲାର କୃଷକ ସାଥିଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ରାଜ୍ୟ ସରକାରଙ୍କୁ ଦରମା ବୃଦ୍ଧି ପାଇଁ ଦାବି

ସମ୍ବଲପୁର,୧୫/୧୦ : ସମ୍ବଲପୁରରେ ପଶ୍ଚିମ ଓଡିଶା କୃଷକ ସାଥି ସଂଘ ର ଗୁରୁତ୍ୱପୂର୍ଣ୍ଣ ବୈଠକ l ଗତ ରବିବାର ସମ୍ବଲପୁର ସହରର ମୁଦିପଡ଼ାସ୍ଥିତ କୃଷି ସୂଚନା ପରାମର୍ଶ କେନ୍ଦ୍ର, ଧନକଉଡ଼ା ବ୍ଲକଠାରେ ଅନୁଷ୍ଠିତ ସଂଘର ଏହି ଗୁରୁତ୍ୱପୂର୍ଣ ବୈଠକରେ ପଶ୍ଚିମ ଓଡିଶାର ୧୮ଟି ଜିଲ୍ଲା ର ଜିଲ୍ଲା ସଭାପତି ଓ ବ୍ଲକ ସଭାପତି ସମୁହ ଏକାଠି ହୋଇଥିଲେ l ଏହି ବୈଠକରେ କୃଷକ ସାଥି ମାନଙ୍କ ସମସ୍ୟା ଯଥା ଦରମା ବୃଦ୍ଧି ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି l
ଏ ନେଇ ସଂଘର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜୟନ୍ତ କୁମାର ସିଂ କହିଛନ୍ତି ଯେ ଆମର ଏହି ବୈଠକ ରେ 18 ଟି ଜିଲ୍ଲା ର ବ୍ଲକ ଓ ଜିଲ୍ଲା ସଭାପତି ଉପସ୍ଥିତ ଅଛନ୍ତି l ଓଡିଶାରେ ୧୩୬୫୦କୃଷକ ସାଥି ଅଛନ୍ତି l ପ୍ରଥମରୁ ଆମେ ବିନା ଦରମାରେ କାମ କରୁଥିଲୁ, ଏବେ ୧୫୦୦ଟଙ୍କା ଦରମା ପାଉଛୁ l ଓଡିଶାର କୃଷି ବିଭାଗର ପ୍ରତ୍ୟେକ କାର୍ଯ୍ୟକ୍ରମ କୃଷକ ସାଥିମାନେ କରି ଆସୁଛନ୍ତି l ଏହା ଯୋଗୁ ପୂର୍ବ ସରକାର କୃଷି କର୍ମଣ ପୁରସ୍କାର ପାଇଛନ୍ତି l କୃଷକ ସାଥି ମାନେ କାମ କରୁଛନ୍ତି ଆଉ ସରକାରଙ୍କ ନାଁ ହେଉଛି l ତେଣୁ ବର୍ତ୍ତମାନ ନୂଆ ସରକାର ଆସିଛି, ଲୋକଙ୍କ ସରକାର ଆସିଛି ତେଣୁ ଆମେ ଆମର ଦରମାକୁ ୧୫ହଜାର ପର୍ଯ୍ୟନ୍ତ ବୃଦ୍ଧି କରାଯାଉ ବୋଲି ଦାବୀ କରୁଛୁ l