ଆକ୍ସନ ଅବତାରରେ ଶାହିଦ, ଆସିଲା ‘ଦେବା’ ଟ୍ରେଲର

ଆକ୍ସନ ଅବତାରରେ ଶାହିଦ, ଆସିଲା ‘ଦେବା’ ଟ୍ରେଲର

ମୁମ୍ବାଇ,୧୭/୧ : ଚଳଚ୍ଚିତ୍ର ‘ଦେବା’ର ଟ୍ରେଲର ଶୁକ୍ରବାର ରିଲିଜ୍ ହୋଇଛି। ଟ୍ରେଲରରେ ଶାହିଦ ଜବରଦସ୍ତ ଆକ୍ସନ କରୁଥିବା ଦେଖିବାକୁ ମିଳିଛି । ଫିଲ୍ମରେ ସେ ଜଣେ ପୁଲିସ ଅଧିକାରୀ ସାଜିଛନ୍ତି । ନିକଟରେ ଚଳଚ୍ଚିତ୍ରର ଟିଜର ରିଲିଜ୍ ହୋଇଥିଲା ଏବଂ ଏହାପରେ ପ୍ରଶଂସକ ଟ୍ରେଲରକୁ ଉତ୍ସାହର ସହ ଅପେକ୍ଷା କରି ରହିଥିଲେ।

ଏଥିରେ ପୂଜା ହେଗଡ଼େ ଶାହିଦଙ୍କ ନାୟିକା ସାଜିଛନ୍ତି । ଟ୍ରେଲରରେ ତାଙ୍କ ଝଲକ୍‌ ମଧ୍ୟ ନଜର ଆସିଛି । ଏମାନଙ୍କ ବ୍ୟତୀତ ପାଭେଲ ଗୁଲାଟୀ, ପ୍ରବେଶ ରାଣା ଓ କୁବରା ସୈତ ପ୍ରମୁଖ କଳାକାର ଏହି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ଚଳିତ ବର୍ଷ ଜାନୁଆରୀ ୩୧ ତାରିଖରେ ମୁକ୍ତିଲାଭ କରିବ ‘ଦେବା’।