ସୁଲଭ ଜିଓଭାରତ ୪ଜି ଫୋନ୍ ସହିତ ସଶକ୍ତ ହେଉଛି ୨ଜି ମୁକ୍ତ ଭାରତ ଅଭିଯାନ

ଭୁବନେଶ୍ୱର,୧୩/୧୧ : ଓଡ଼ିଶାରେ ରିଲାଏନ୍ସ ଜିଓର ୨ଜି ମୁକ୍ତ ଭାରତ ଅଭିଯାନ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟର ସମସ୍ତ ୩୦ ଟି ଜିଲ୍ଲା ଏବଂ ତହସିଲ ମୁଖ୍ୟାଳୟ ସହିତ ଗ୍ରାମାଞ୍ଚଳ ତଥା ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ୨ଜି ବ୍ୟବହାରକାରୀଙ୍କୁ ୪ଜି ମୋବାଇଲ୍ ନେଟୱାର୍କକୁ ଉନ୍ନୀତ କରିବା ପାଇଁ ସ୍ୱତନ୍ତ୍ର ଅଭିଯାନ ଜାରି ରହିଛି । ଜିଓଭାରତ ୪ଜି ଫୋନର ମୂଲ୍ୟ ମାତ୍ର ୬୯୯ ଟଙ୍କା ରହିଥିବାରୁ ୨ଜି ରୁ ୪ଜିକୁ ଅପଗ୍ରେଡ୍ କରିବା ଏବେ ଅତି ସୁଲଭ ଓ ସହଜ ହୋଇଛି । ଜିଓଭାରତ ୪ଜି ଫୋନ୍ ସାହାଯ୍ୟରେ ଜିଓ ରାଜ୍ୟରେ ଲକ୍ଷ ଲକ୍ଷ ଗ୍ରାହକଙ୍କ ନିକଟରେ ପହଞ୍ଚିବାକୁ ଚାହୁଁଛି ଯେଉଁମାନେ ଏବେ ମଧ୍ୟ ୨ଜି ନେଟୱାର୍କ ବ୍ୟବହାର କରୁଛନ୍ତି ।
ସହଜରେ ଏବଂ ସୁଲଭ ମୂଲ୍ୟରେ ଅଧିକରୁ ଅଧିକ ଲୋକଙ୍କୁ ଅତ୍ୟାଧୁନିକ ୪ଜି ନେଟୱାର୍କ ସହିତ ଯୋଡିବା ପାଇଁ ରିଲାଏନ୍ସ ଜିଓ ନିକଟରେ ଏକ ସୀମିତ ସମୟ ଅଫର ଭାବରେ ଏହାର ଜିଓଭାରତ ୪ଜି ଫୋନର ମୂଲ୍ୟ ୯୯୯ ଟଙ୍କାରୁ ୬୯୯ ଟଙ୍କାକୁ ହ୍ରାସ କରିଛି । ଜିଓଭାରତ ୪ଜି ଫୋନର ମାସିକ ରିଚାର୍ଜ ମଧ୍ୟ ଟେଲିକମ କ୍ଷେତ୍ରରେ ସର୍ବନିମ୍ନ ୧୨୩ ଟଙ୍କା ରହିଛି । ଦୀପାବଳି ଧମାକା ଅଫର ଭାବରେ ଆସିଥିବା ଏହି ସୀମିତ ସମୟ ସ୍ୱତନ୍ତ୍ର ଅଫରକୁ ନେଇ ଓଡ଼ିଶାର ଗ୍ରାମାଞ୍ଚଳ ତଥା ସହର ଉପକଣ୍ଠ ଅଂଚଳରେ ବେଶ ଉତ୍ସାହ ପରିଲକ୍ଷିତ ହେଉଛି । ବିଶେଷ କରି ପ୍ରଥମ ଥର ମୋବାଇଲ ଫୋନ ବ୍ୟବହାରକାରୀ ତଥା ୨ଜି ରୁ ୪ଜି କୁ ଉନ୍ନୀତ ହେଉଥିବା ଗ୍ରାହକମାନଙ୍କ ମଧ୍ୟରେ ସୁଲଭ ଜିଓଭାରତ ଫୋନ ପାଇଁ ବିଶେଷ ଆଗ୍ରହ ଦେଖାଯାଉଛି ।
ରିଲାଏନ୍ସ ଜିଓ କିଛି ବର୍ଷ ପୂର୍ବେ ‘୨ଜି ମୁକ୍ତ ଭାରତ ଅଭିଯାନ’ ଆରମ୍ଭ କରିଥିଲା । ଏହି ଅଭିଯାନ ଆରମ୍ଭ କରି ମୁକେଶ ଅମ୍ବାନୀ କହିଥିଲେ ଯେ \'୨ଜି ମୁକ୍ତ ଭାରତ ଅଭିଯାନ\' ହେଉଛି ବଞ୍ଚିତ ଲୋକଙ୍କୁ ଡିଜିଟାଲ ଦୁନିଆ ସହ ଯୋଡିବା ପାଇଁ ଏକ ଅଭିଯାନ । ଯାହାଫଳରେ ବିକାଶ ଧାରାର ସର୍ବନିମ୍ନ ପାହାଚରେ ଠିଆ ହୋଇଥିବା ବ୍ୟକ୍ତି ମଧ୍ୟ ଡିଜିଟାଲ୍ ଦୁନିଆର ଲାଭ ଉଠାଇ ପାରିବେ । ଏହି ଅଭିଯାନ ଆରମ୍ଭ ହେବା ପରଠାରୁ ସାରା ଦେଶରେ ପ୍ରାୟ ୩୦ କୋଟି ୨ଜି ବ୍ୟବହାରକାରୀଙ୍କୁ ଅତ୍ୟାଧୁନିକ ୪ଜି ନେଟୱାର୍କକୁ ଉନ୍ନୀତ କରାଯାଇଛି ।
ମାତ୍ର ୬୯୯ ଟଙ୍କାରେ ଉପଲବ୍ଧ ହେଉଥିବା ଜିଓଭାରତ ୪ଜି ଫୋନରେ ଅନେକ ଆକର୍ଷଣୀୟ ଫିଚର ରହିଛି । ଅତ୍ୟାଧୁନିକ ସ୍ମାର୍ଟ ଫୋନ ଭଳି ଏଥିରେ ୪୫୫ ରୁ ଅଧିକ ଲାଇଭ ଟିଭି ଚ୍ୟାନେଲ, ଚଳଚ୍ଚିତ୍ର ପ୍ରିମିୟର୍ ଏବଂ ନୂତନ ଚଳଚ୍ଚିତ୍ର, ଭିଡିଓ ଶୋ, ଲାଇଭ୍ ସ୍ପୋର୍ଟସ୍ କାର୍ଯ୍ୟକ୍ରମ, ଜିଓ ସିନେମା ହାଇଲାଇଟ୍, ଡିଜିଟାଲ୍ ପେମେଣ୍ଟସ୍ (ୟୁପିଆଇ), କ୍ୟୁଆର କୋଡ୍ ସ୍କାନ୍ ଇତ୍ୟାଦି ଅନେକ ସୁବିଧା । ଟେଲିକମ୍ ଶିଳ୍ପ ଅନୁଯାୟୀ ଦେଶରେ ୨ଜି ବ୍ୟବହାରକାରୀଙ୍କ ସଂଖ୍ୟା ପ୍ରାୟ ୨୫ କୋଟି ରହିଛି । ଓଡ଼ିଶାରେ ମଧ୍ୟ ଲକ୍ଷ ଲକ୍ଷ ଲୋକ ୨ଜି ନେଟୱାର୍କ ବ୍ୟବହାର କରୁଛନ୍ତି । ଦେଶ ତଥା ରାଜ୍ୟକୁ ଡିଜିଟାଲ୍ ମାଧ୍ୟମରେ ସଶକ୍ତ କରିବାକୁ ୨ଜି ବ୍ୟବହାରକାରୀଙ୍କୁ ୪ଜି / ୫ଜି ନେଟୱାର୍କକୁ ଉନ୍ନୀତ କରିବା ଆବଶ୍ୟକ ।