ହିନ୍ଦ ମଜଦୁର ସଭା ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

ହିନ୍ଦ ମଜଦୁର ସଭା ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

ରାଉରକେଲା, ୨୪/୯ : ହିନ୍ଦ ମଜଦୁର ସଭା ତରଫରୁ ମ୍ୟାଲେରିଆ କ୍ଷେତ୍ର୍ କର୍ମଚାରୀ ସଂଘ ଆହ୍ବାନରେ ସୁନ୍ଦରଗଡ଼ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟ ପରିସରରେ ସୁନ୍ଦରଗଡ଼ ଜିଲ୍ଲାର କାର୍ଯ୍ୟ ରତ ୧୯୯୩ମସିହା ଓ ତତ୍ ପୂର୍ବରୁ ମ୍ୟାଲେରିଆ ବିଭାଗର ୭୦ ଜଣ କ୍ଷେତ୍ର କର୍ମଚାରୀଙ୍କୁ ସ୍ଥାୟୀ କରଣ ଦାବି ନେଇ ମାମଲା ମାନ୍ୟବର ଓଡିଶା ଉଚ୍ଚ ନ୍ୟାୟଳୟରେ ବିଚାର ଓ ନିର୍ଦ୍ଦେଶ ନାମା ବାହାରିଲା ବେଳକୁ ମାତ୍ର ୨୮ଜଣ ବଞ୍ଚିଛନ୍ତି ସେମାନଂକୁ ତୁରନ୍ତ ସ୍ଥାୟୀ ନିଯୁକ୍ତି ଦାବି ଏକ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ଓ ଧାରଣା ପ୍ରଦର୍ଶନ ହିନ୍ଦ ମଜଦୁର ସଭା ରାଜ୍ୟ ସମ୍ପାଦକ ଦିଗମ୍ବର ମହାନ୍ତିଙ୍କ ନେତୃତ୍ଵରେ ଅନୁଷ୍ଠିତ ହୋଇଯାଇଛି

ଏଥିରେ ମେଡିକାଲ କର୍ତ୍ତୃପକ୍ଷ ଓ ସଂଘ କର୍ତ୍ତୃପକ୍ଷ ମଧ୍ୟରେ ଏକ ଦ୍ବିପାକ୍ଷିକ ଆଲୋଚନା ହୋଇଥିଲା ଏହି ବୈଠକରେ କର୍ମଚାରୀଙ୍କ ତରଫରୁ ସଭାପତି ବିଜୟ ବେହେରା, ମନୁ ନାୟକ ଦେବେନ୍ଦ୍ର ନାୟକ ହିନ୍ଦ ମଜଦୁର ସଭା ସମ୍ପାଦକ ଦିଗମ୍ବର ମହାନ୍ତି ଉମେଶ ନାୟକ ଜଗବନ୍ଧୁ ଜେନା ଓ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ତରଫରୁ ସିଡିଏମଓ ଦାୟିତ୍ଵରେ ଥିବା ଡଃ ପ୍ରଦୀପ ପ୍ରାସାଦ ମୁଖ୍ୟ କିରାଣୀ ନାରାୟଣ ରାଉତରାୟ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ଆସନ୍ତା ସପ୍ତାହରେ ସ୍ୱାସ୍ଥ୍ୟ ବିଭାଗ ସଚିବଙ୍କୁ ସମସ୍ତଙ୍କ ନାମ ନିଯୁକ୍ତି ପାଇଁ ପଠାଯିବ ଏଥିସହିତ ମୃତ ଅବସର ଗ୍ରହଣ କରିଥିବା ଶ୍ରମିକଙ୍କ ସମସ୍ତ ପ୍ରାପ୍ୟ ତୁତନ୍ତ ପ୍ରଦାନ ପାଇଁ ସଂଘ ପକ୍ଷରୁ ଦିଗାମ୍ବର ମହାନ୍ତି ବିଜୟ ବେହେରା ଓ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଏକ କମିଟି ଗଠନ କରି ବାକିଆ ଟଙ୍କା ମୃତ ଓ ଅବସରପ୍ରାପ୍ତ କର୍ମଚାରୀଙ୍କ ସମସ୍ତ ପ୍ରାପ୍ୟ ପ୍ରଦାନ କରିବା ପ୍ରତିଶ୍ରୁତି ଦେଇଥିଲେ

ଆନ୍ଦୋଳନ କାରୀ ଶ୍ରମିକମାନଙ୍କ ମଧ୍ୟରେ ରବିନ୍ଦ୍ର ନାୟକ ପୀତବାସ ନାୟକ କୃଷ୍ଣଚନ୍ଦ୍ର ଭୋଇ ବିଜୟ ଲାକ୍ରା କୁନି ନାୟକ ସଜନୀ ନାୟକ ବିଳାସ ନାୟକ ବନିତା ନାୟକ ବିମଳ ବେହୁରିଆ ଉମେଶ ମଲ୍ଲିକ କୃଷ୍ଣ କୁମାର ମହେଶ୍ଵର ମହାପାତ୍ର ଅଜୟ ନାୟକ ଗୌତମ ମହାରଣା ରଶ୍ମିରଞ୍ଜନ ମହାନ୍ତି ଦିଲୀପ ଜେନା ପ୍ରଭୃତି ଆଜିର ନେତୃତ୍ୱ ନେଇଥିଲେ