ଟାୟାର ପମ୍ପଚର ଦୋକାନରେ ଲାଗିଲା ନିଆଁ, ୫ ଦୋକାନ ଭସ୍ମିଭୂତ

ବାଲେଶ୍ୱର, (ସବ୍ୟସଚି ମହାପାତ୍ର)୧/୧୨ : ବାଲେଶ୍ୱର ଜିଲ୍ଲା ରେମୁଣା ଗୋଲେଇରେ ଥିବା ଏକ ପମ୍ପଚର ଦୋକାନରେ ଲାଗିଲା ନିଆଁ l ଆଜି ସନ୍ଧ୍ୟା ସମୟରେ ହଠାତ ନିଆଁ ଲାଗି ଥିଲା l ସ୍ଥାନୀୟ ଲୋକେ ଏହା ଦେଖି ଦମକଳ ବାହିନୀକୁ ଖବର ଦେଇଛନ୍ତି l ମାତ୍ର ଖବର ଲେଖା ହେବା ସୁଧା ଘଟଣାସ୍ଥ ଳରେ ଦମକଳ ବାହିନୀ ପହଂଚି ନାହିଁ l
ଏହି ନିଆଁ ଏବେ ପମ୍ପଚର ଦୋକାନରୁ ବ୍ୟାପି ଆଗକୁ ଆଗକୁ ବଢ଼ି ଚାଲିଛି l ଏହି ନିଆଁର ଭୟାବହ ଏତେ ରହିଛି ଯେ ଏଥିରେ ୫ଟି ଦୋକାନପୋଡ଼ି ପାଉଁଶ ହେଇଯାଇଛି l