ସରକାରୀ ଜମି ଉପରେ ଥିବା ବଡ଼ ବଡ଼ିଆଙ୍କ ଅଟ୍ଟାଳିକା ଆଗରେ ଲାଗିବ ବୁଲଡୋଜର : ରାଜସ୍ବ ମନ୍ତ୍ରୀ

ସମ୍ବଲପୁର ପ୍ରତିନିଧି (ଅଭ୍ୟର୍ଥନା ରଣା), ୧୫/୭ : ସମ୍ବଲପୁର ଗସ୍ତରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ lଏହି ଅବସରରେ ଓଡିଶା ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଜବରଦଖଲ ଉଛେଦ ନୋଟିସ ପ୍ରସଙ୍ଗ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ବ ମନ୍ତ୍ରୀ l ସେ କହିଛନ୍ତି ଯେ, ଆଗକୁ ବଡ଼ ବଡ଼ ଲୋକଙ୍କ ମୁଖା ଖୋଲିବ l ଗତ ୭୫ବର୍ଷ ଭିତରେ ଆମେ ଦେଖିଛୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ରେ କେବଳ ଗରିବ ଲୋକଙ୍କ କୁଡ଼ିଆ ଘର ଭଙ୍ଗା ଯାଇଥାଏ l ଯେଉଁ ଗରିବ ଲୋକ ୪ ଡ଼ିସିମିଲ ଜମିରେ କୁଡ଼ିଆ ଘର ତିଆରି କରିଥାନ୍ତି ତାଙ୍କ ଘର ବହୁ ଥର ଭଙ୍ଗା ଯାଇଥାଏ, କିନ୍ତୁ ସେମାନେ ଜବରଦଖଲ କାରୀ ନୁହନ୍ତି l
ଯେଉଁ ବଡ଼ ବଡ଼ ପ୍ରଭାଵଶାଳୀ ଲୋକ ଅଛନ୍ତି, ଯେଉଁମାନଙ୍କ ସମାଜରେ ଭଲ ଛବି ରହିଛି ସେମାନେ ବଡ଼ ବଡ଼ ସରକାରୀ ଜମି ଜବର ଦଖଲ କରି ନଭତ୍ସଚୁମ୍ବି ପ୍ରାସାଦ ଅଥବା ଅଟ୍ଟାଳିକା ନିର୍ମାଣ କରିଛନ୍ତି ଆଗକୁ ସେଠାରେ ବୁଲଡୋଜର ଲାଗିବ ବୋଲି ବୋଲି ଚରମ ବାଣୀ ଶୁଣେଇ ଛନ୍ତି ରାଜସ୍ବ ମନ୍ତ୍ରୀ l ବିଭିନ୍ନ ଶିଳ୍ପ ଅନୁଷ୍ଠାନ ପକ୍ଷରୁ ସମ୍ବଲପୁର ସହରରେ ବେଆଇନ ଭାବେ ପାଉଁଶ ଗଦା କରାଯାଉଥିବା ଅଭିଯୋଗ ପ୍ରସଙ୍ଗ ନେଇ ମଧ୍ୟ ସେ ପ୍ରତିକ୍ରିୟା ରଖି ଛନ୍ତି l ଏହିଭଳି କାର୍ଯ୍ୟ କରୁଥିବା ଶିଳ୍ପ ଅନୁଷ୍ଠାନ ଗୁଡିକ ବିରୁଦ୍ଧରେ ଶୀଘ୍ର କଡା କାର୍ଯ୍ଯାନୁଷ୍ଠାନ ନିଆଯିବ ବୋଲି ରାଜସ୍ବ ମନ୍ତ୍ରୀ କହିଛନ୍ତି l ଶିଳ୍ପ ଅନୁଷ୍ଠାନ ଗୁଡିକ ଉଭୟ ବାୟୁ ଓ ଜଳ ପ୍ରଦୂଷଣ କରୁଛନ୍ତି l ଏହାକୁ ରୋକିବା ପାଇଁ ଉଚ୍ଚ ସ୍ତରୀୟ ବୈଠକରେ ଆଲୋଚନା ହୋଇଛି l ବେଆଇନ ପାଉଁଶ ଡ଼ମ୍ପିଙ୍ଗ ସମସ୍ୟା ନେଇ ମଧ୍ୟ ସମ୍ବଲପୁର ଜିଲ୍ଲା ପ୍ରଶାସନ ସହ ଆଲୋଚନା କରାଯିବା ସହ ବିଭିନ୍ନ ଶିଳ୍ପ ଅନୁଷ୍ଠାନ ଗୁଡିକର ଅଧିକାରୀଙ୍କୁ ତାଗିଦ କରାଯାଇଛି ବୋଲି କହିଛନ୍ତି ମନ୍ତ୍ରୀ l ଅନ୍ୟପଟେ ପାଉଁଶ ବୋହି ନେଉଥିବା ଟ୍ରକ ଅଥବା ଗାଡି ଗୁଡିକ ରେ GPS ସିଷ୍ଟମ ଲଗାଯାଇ ଏହା ଉପରେ ନଜର ରଖାଯିବ ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ l
ସମ୍ବଲପୁର ଗସ୍ତ ଅବସରରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଆଜି ସମ୍ବଲପୁର ଗସ୍ତ କରି ସମ୍ବଲପୁର ସହର ଦୁର୍ଗାପାଲି କାନିଜୁରୀର ଗୁଡେଶ୍ବର ବାବା ମନ୍ଦିର ରାସ୍ତାରେ "ମା’ ପାଇଁ ଗଛଟିଏ" କାର୍ଯ୍ଯକ୍ରମରେ ଯୋଗ ଦେଇ ବୃକ୍ଷରୋପଣ କରିଛନ୍ତି l ଏହା ସହ ନିଜେ ଗଛ ଲଗାଇ ପରିବେଶର ସଚେତନତାର ବାର୍ତ୍ତା ଦେଇଛନ୍ତି l ସାଢେ ଚାରି କୋଟି ଓଡିଆ ଯଦି ଗୋଟେ ଗୋଟେ ଗଛ ଲଗାଇବେ ତେବେ ଓଡିଶାରେ ଏକା ସାଙ୍ଗରେ ସାଢେ ଚାରି କୋଟି ଗଛ ଲାଗି ପାରିବ ବୋଲି ରାଜସ୍ବ ମନ୍ତ୍ରୀ କହିଛନ୍ତି l ଅନ୍ୟପଟେ ସବୁ ବିଭାଗ ଗୁଡିକୁ ବୃଷ ରୋପଣ କରାଯାଇ ଏହାକୁ ସୁରକ୍ଷା ଦେବାକୁ ପରାମର୍ଶ ଦିଆଯାଇଛି ବୋଲି କହିଛନ୍ତି ମନ୍ତ୍ରୀ l