ପଶ୍ଚିମ ଓଡିଶାର କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇ ପାଇଁ ବାହାରିଲା ଶୁଭ ଲଗ୍ନ

ପଶ୍ଚିମ ଓଡିଶାର କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇ ପାଇଁ ବାହାରିଲା ଶୁଭ ଲଗ୍ନ

ସମ୍ବଲପୁର,୧୬/୮ : ବାହାରିଲା ନୂଆଁଖାଇ ପାଇଁ ଶୁଭଲଗ୍ନ l ଆସନ୍ତା ଇଂରାଜୀ ତାରିଖ ୨୮-୮-୨୦୨୫,ଭାଦ୍ରବ ଶୁକ୍ଳ ପକ୍ଷ ପଞ୍ଚମୀ ତିଥି ଗୁରୁବାର ପୂର୍ବାହ୍ନ ୧୦.୩୩ମିନିଟରୁ ୧୦.୫୫ମିନିଟ ମଧ୍ୟରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କଠାରେ ନବାନ୍ନ ଲାଗି ହେବ l ଏହାପରେ ପରମ୍ପରା ଅନୁସାରେ ଘରେ ଘରେ ନୂଆଁଖାଇ ପାଳନ ହେବ l ଏଥିପାଇଁ ଆଜି ପରମ୍ପରା ମୁତାବକ ସମ୍ବଲପୁର ଝାଡୁଆପଡାସ୍ଥିତ ବ୍ରହ୍ମପୁରା ମନ୍ଦିର ଠାରେ ପଣ୍ଡିତ ମାନେ ନୂଆଁଖାଇ ପାଇଁ ଶୁଭଲଗ୍ନ ଧାର୍ଯ୍ୟ କରିଛନ୍ତି l ପ୍ରତ୍ୟେକ ବର୍ଷ ଜନ୍ମାଷ୍ଟମୀ ର ପରବର୍ତ୍ତୀ ଦିନ ଅର୍ଥାତ ନାନ୍ଦୋତ୍ସବ ଅବସରରେ ଏଠାରେ ନୂଆଁଖାଇ ପାଇଁ ଶୁଭଲଗ୍ନ ଧାର୍ଯ୍ୟ କରା ଯାଇଥାଏ l

ଆଜି ଅପରାହ୍ନ ସାଢେ ୪ଟା ସମୟରେ ଝାଡୁଆପଡାସ୍ଥିତ ବ୍ରହ୍ମପୁରା ମନ୍ଦିରଠାରେ,ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟ ବୋର୍ଡ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ପଣ୍ଡିତ ମାନେ ଏକାଠି ହୋଇ ଥିଲେ l ଏହାପରେ ପ୍ରଥମେ ବିଷ୍ଣୁ ସହସ୍ର ନାମ ପାଠ କରାଯାଇଥିଲା l ପରେ ମା ସମଲେଶ୍ୱରୀ ଙ୍କ ରାଶି, ନକ୍ଷତ୍ର ଅନୁସାରେ ଚଳିତ ବର୍ଷର ନୂଆଁଖାଇ ପାଇଁ l ଏହି ଶୁଭଲଗ୍ନ ଧାର୍ଯ୍ୟ କରାଯାଇଥିଲା l