ଆଜି ୧୨ଘଣ୍ଟିଆ ଭାରତ ବନ୍ଦ, ଦେଶବ୍ୟାପୀ ଧର୍ମଘଟ

ଆଜି ୧୨ଘଣ୍ଟିଆ ଭାରତ ବନ୍ଦ, ଦେଶବ୍ୟାପୀ ଧର୍ମଘଟ

ଭୁବନେଶ୍ୱର,୧୨/୨ : ଆଜି ଭାରତ ବନ୍ଦ । ୧୪ଟି ଶ୍ରମିକ ସଂଗଠନ ଓ ୫ଟି ବାମପନ୍ଥୀ ଦଳ ୧୨ ଘଣ୍ଟିଆ ବନ୍ଦ ଡାକରା । ବ୍ୟାଙ୍କ, ବୀମା, ପୋଷ୍ଟାଲ, ପରିବହନ ଓ ନିର୍ମାଣ କର୍ମଚାରୀ ଧର୍ମଘଟରେ ସାମିଲ । ଖଣି ଓ ଶିଳ୍ପାଞ୍ଚଳରେ ଶ୍ରମିକ କାମ ବନ୍ଦ ରହିଛି । ହାଟବଜାର ଓ ଅନ୍ୟାନ୍ୟ ବ୍ୟବସାୟିକ ପ୍ରତିଷ୍ଠାନରେ ତାଲା ଝୁଲିଛି । ଏହି ସର୍ବଭାରତୀୟ ଧର୍ମଘଟକୁ ୫ ବାମପନ୍ଥୀ ଦଳ ଓ ୧୪ଟି କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ (ସିଟିୟୁ) ଓ ସ୍ୱାଧୀନ ସର୍ବଭାରତୀୟ ଫେଡେରେସନକୁ ନେଇ ଗଠିତ ଟ୍ରେଡ ୟୁନିୟନର ମିଳିତ ମଞ୍ଚ ପରିଚାଳନା କରିଛି । 

ଚକ ଅଖ ପ୍ରାୟ ସବୁ ବନ୍ଦ ରହିଛି । ବିଜୁ ଶ୍ରମିକ ସାମ୍ମୁଖ୍ୟ ଏହି ଧର୍ମଘଟ ଡାକରାକୁ ନୈତିକ ସମର୍ଥନ ଜଣାଇଛି । ଟ୍ରେଡ୍ ୟୁନିୟନ ଓ ବାମପନ୍ଥୀ ଦଳଗୁଡିକ ସହ କଂଗ୍ରେସ ହରତାଳରେ ସାମିଲ ହୋଇଛନ୍ତି। ଧର୍ମଘଟରେ ରୋଗୀ ଚିକିତ୍ସା, ଆମ୍ବୁଲାନ୍ସ ସେବା, ସମ୍ବାଦ ସରବରାହ, ଅଗ୍ନିଶମ ସେବା ଓ ଜଳଯୋଗାଣରେ ବ୍ୟାଘାତ ହେବନି ବୋଲି ଶ୍ରମିକ ନେତାମାନେ ସ୍ପଷ୍ଟ କରିଛନ୍ତି । 

ଅଟୋରିକ୍ସା, ଟ୍ୟାକ୍ସି ଓ ଅନ୍ୟ ପରିବହନ ସେବା ଠପ୍ ହୋଇଛି । ପେଟ୍ରୋଲ ପମ୍ପ ମଧ୍ୟ ଓଳିଏ ପାଇଁ ବନ୍ଦ ରହିବ । ଶ୍ରମିକମାନେ ଶିଳ୍ପ କାରଖାନାରେ ୨୪ ଘଣ୍ଟିଆ କାମ ବନ୍ଦ କରିବେ । ମିଳିତ ମଞ୍ଚର ରାଜ୍ୟସ୍ତରୀୟ କର୍ମକର୍ତ୍ତା ଓ ବାମପନ୍ଥୀ ଦଳର ନେତାମାନେ ଓଡି଼ଶାରେ ଧର୍ମଘଟକୁ ସଫଳ ପାଇଁ ଆହ୍ୱାନ ଦେଇଛନ୍ତି ।