ରିଲିଜ ହୋଇଛି ‘ଉଠ କଙ୍କାଳ’

ରିଲିଜ ହୋଇଛି ‘ଉଠ କଙ୍କାଳ’

ଭୁବନେଶ୍ବର,୧୩/୪ : ଓଡ଼ିଆ ଅସ୍ମିତା ଭିତ୍ତିକ କବିତା ଯାହା ପ୍ରତ୍ୟେକଟି ଓଡ଼ିଆମାନଙ୍କୁ ପ୍ରଭାବିତ କରେ ଓ ଉଲ୍ଲସିତ କରିଥାଏ ପଣ୍ଡିତ ଗୋଦାବରୀଶ ମହାପାତ୍ରଙ୍କ କାଳଜୟୀ କବିତା ଉଠ କଙ୍କାଳ। ପଣ୍ଡିତ ଗୋଦାବରୀଶ ମହାପାତ୍ର ଏକାଧାରରେ ଜଣେ କବି, ସାହିତ୍ୟିକ ଓ ସାମ୍ବାଦିକ । ତାଙ୍କର ବହୁ କାଳଜୟୀ କବିତା ମଧ୍ୟରୁ ଉଠ କଙ୍କାଳ ଓ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କର କବିତା ଉଠରେ ଉଠରେ ଉତ୍କଳ ସନ୍ତାନ ଉଠିବୁ ତୁ କେତେ ଦିନ ଅନ୍ୟତମ ଯାହା ପ୍ରତିଟି ଓଡ଼ିଆଙ୍କ ପ୍ରେରଣା ପ୍ରଦାୟୀ ।

ଓଡ଼ିଶାର ଲୋକକଳା, ସଂସ୍କୃତି, ଐତିହ ପରମ୍ପରା ଭିତ୍ତିକ ସଙ୍ଗୀତ ଗାଇ ଓଡ଼ିଶାର ପୁରପଲ୍ଲୀରେ ବେଶ ଲୋକପ୍ରିୟ ସୃଷ୍ଟି କରିପାରିଥିବା କଣ୍ଠଶିଳ୍ପୀ ଡା.ଜୟଶ୍ରୀ ଧଳଙ୍କ କଣ୍ଠରେ ରିଲିଜ ହୋଇଯାଇଛି ସଙ୍ଗୀତ ‘ଉଠ କଙ୍କାଳ’ । ପଣ୍ଡିତ ଗୋଦାବରୀଶ ମହାପାତ୍ର ଓ ଉତ୍କଳ ଗୌରବ ମଧୁସୂଦନଙ୍କ ମୂଳ କବିତାକୁ ନେଇ ଏହି ଫ୍ୟୁଜନ ସଙ୍ଗୀତକୁ ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି ଆନ୍ତର୍ଜାତିୟ ଓଡିଶୀ ନୃତ୍ୟଗୁରୁ ଶାଶ୍ୱତ ଯୋଶୀ । ସଂଗୀତରେ ସଜେଇଛନ୍ତି ସାନ୍ତୁନୁ ନାୟକ । ଡ଼ା ଜୟଶ୍ରୀ ଧଳଙ୍କ କଣ୍ଠ ସହ ଗୁରୁ ଶାଶ୍ୱତ ଯୋଶୀଙ୍କର ନୃତ୍ୟର ଯୁଗଳ ବନ୍ଦୀରେ ପ୍ରତିଟି ଓଡ଼ିଆ ଜାଗି ଉଠିବେ । ଏହି ଗୀତକୁ ପ୍ରଯୋଜନା କରିଛି ସୁର ଭାଇବ୍ରେସନ ।